ବିବାହ ର ପ୍ରତିଶୃତି ଦେଇ ବାରମ୍ବାର ଶାରୀରିକ ସର୍ମ୍ଫକ ରଖାଯାଉଥିଲା । ଏଭଳିକି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ କରିଦେବାକୁ ମଧ୍ୟ ଧମକ ଦିଆଯାଉଥିଲା । ଏନେଇ ନାବାଳିକା କଲେଜ ଛାତ୍ରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ସୁଚନା ଅନୁଯାୟୀ କିଶନନଗର ଥାନା ଅଂଚଳରେ ଜଣେ ଯୁବକ ସେହି ଗ୍ରାମରେ ନାବାଳିକା ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସର୍ମ୍ଫକ ରଖୁଥିଲେ । ଏପରିକି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ କରିଦେବାର ଧମକ ମଧ୍ୟ ଦିଆଯାଉଥିଲା । ବାଧ୍ୟ ହୋଇ ଛାତ୍ରୀ ଜଣଙ୍କ ଏତଲା ଦେଇଥିଲେ । ଆହୁରି ମଧ୍ୟ ନାବାଳିକା ଛାତ୍ରୀ ଜଣଙ୍କ ବିବାହ ପାଇଁ ଜିଦ୍ ଧରିବାରୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଥିଲା । ଅଭିଯୋଗକୁ ଭିତ୍ତି କରି କିଶନ ନଗର ପୋଲିସ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ପୋଲିସ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0