ଚଣ୍ଡିଖୋଲ – ନୂତନ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହ ରାଠୋଡ୍ ଯାଜପୁରରେ କାର୍ୟ୍ୟଭାର ଗ୍ରହଣ କରିବା ପରେ ଗୁରୁବାର ପ୍ରଥମ କରି ବଡଚଣା ଗସ୍ତ କରିଥିଲେ। ପ୍ରଥମେ ବଡଚଣା ବ୍ଲକ ପରିସରରେ ବିଡିଓ ଅଜିତ ପ୍ରସାଦ୍ ଗିରିଙ୍କ ସହ ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ କାର୍ୟ୍ୟ ବାବଦରେ ଆଲୋଚନା କରିଥିଲେ । ଏହା ପରେ ଜିଲ୍ଲାପାଳ ଖଈରା ପଞ୍ଚାୟତର ହାଟୁଆ ପୋଖରୀ ନିକଟରେ ପହଞ୍ଚି ଏହାକୁ ଏକ ଆଦର୍ଶ ପୋଖରୀ କରିବା ସହିତ ସବୁଜ ବଣ୍ଣାଳୀ ସୃଷ୍ଟି କରିବାକୁ ପ୍ରସ୍ତାବ ଦେଇଥିଲେ। ପରେ ଭୂଷୁଣ୍ଡପୁର ପଞ୍ଚାୟତରେ ପହଞ୍ଚି ସେଠାରେ ନିର୍ମିତ ପୋଖରୀର ଉନ୍ନୟନମୂଳକ କାର୍ୟ୍ୟ ଦେଖି ସନ୍ତୋଷ ପ୍ରକଟ କରିଥିଲେ। ଅଧିକ ସଂଖ୍ୟକ ବୃକ୍ଷ ରୋପଣ ଦିଗରେ ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ଗସ୍ତ କାଳରେ ବଡଚଣା ବିଡିଓ ଅଜିତ ପ୍ରସାଦ୍ ଗିରି, ସହକାରୀ ଯନ୍ତ୍ରୀ ବିପିନି ବିହାରୀ ସେଠି, ଯନ୍ତ୍ରୀ କମଳ ଲୋଚନ ରାଜ୍,ଖଇରା ସରପଞ୍ଚ ହରପ୍ରିୟା ବରାଳ ଓ ଭୂଷୁଣ୍ଡପୁର ସରପଞ୍ଚ ଯଯାତି କେଶରୀ ଦାସ ଆଦି ଉପସ୍ଥିତ ଥିଲେ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0