spot_img

ଦେଶରେ ୨୪ ଘଣ୍ଟାରେ ୮୬, ୦୫୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮,୧୮, ୫୭୦ରେ ପହଞ୍ଚିଛି । ଏଥିରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୦,୧୧୬ ଥିବାବେଳେ ମୃତ୍ୟୁ ସଂଖ୍ୟା ୯୨,୨୯୦ ରହିଛି । ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୭, ୫୬୧,୬୪ । ଦେଶରେ ମୃତ୍ୟୁହାର ୧.୫୯% ଥିବା ବେଳେ ଆରୋଗ୍ୟ ହାର ୮୧.୭୪% ରହିଛି । ବିଶ୍ୱରେ ସୁସ୍ଥ ହାରରେ ଭାରତ ଆଗରେ ଥିବାବେଳେ ତା’ପଛକୁ ରହିଛି ଆମେରିକା । ଆମେରିକାରେ ବର୍ତ୍ତମାନ ୭,୧୮୫,୪୭୧ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ , ୪,୪୩୭,୫୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ୨୪ ଘଣ୍ଟାରେ ୮୬,୦୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୧୪୧ ଜଣ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular