ନୂଆଦିଲ୍ଲୀ: କୃଷି ବିଲ ବିରୋଧରେ ଦେଶବ୍ୟାପୀ କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଭାରତ କୃଷକ ୟୁନିଅନ୍ ସମେତ ବିଭିନ୍ନ କୃଷକ ସଙ୍ଗଠନଗୁଡ଼ିକ ଆଜି ସାରା ଦେଶରେ ବନ୍ଦ ଜାରି କରିବାକୁ ଘୋଷଣା କରିଛନ୍ତି । ଏଥିରେ ପ୍ରାୟ ୩୧ଟି ସଙ୍ଗଠନ ସାମିଲ ହୋଇଛନ୍ତି । କୃଷକ ସଙ୍ଗଠନଗୁଡ଼ିକୁ କଂଗ୍ରେସ , ଆରଜେଡ଼ି, ସମାଜବାଦୀ ପାର୍ଟି, ଅକାଳୀ ଦଳ, ଆପ୍, ଟିଏମସି ସମେତ ଅନ୍ୟ କେତେକ ପାର୍ଟି ମଧ୍ୟ ସହଯୋଗ ମିଳିଛି । ଏହା ପୂର୍ବରୁ ପଞ୍ଜାବରେ ଗୁରୁବାରରୁ ତିନି ଦିନିଆ ରେଳ ରୋକ ଆରମ୍ଭ ହୋଇଯାଇଛି । ରେଳ ଟ୍ରାକ୍ ଉପରେ କୃଷକମାନେ ବସି ରହିଥିବା ସୂଚନା ମିଳିଛି । ସେପଟେ ଆରଜେଡ଼ି ନେତା ତେଜସ୍ୱୀ ଯାଦବ କୃଷି ବିଲ ଖିଲାପରେ ଟ୍ରାକ୍ଟର ର୍ୟାଲି ଆରମ୍ଭ କରିଛନ୍ତି । ସରକାର ୨୦୨୨ ଭିତରେ କୃଷକଙ୍କ ଆୟ ଦୁଇଗୁଣା କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ଏହି ବିଲ ସେମାନଙ୍କୁ ଆହୁରି ଗରିବ କରିବ । କୃଷି କ୍ଷେତ୍ରକୁ କର୍ପୋରେଟକରଣ କରାଯାଇଛି ବୋଲି ତେଜସ୍ୱୀ କହିଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0