spot_img

ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ, ରୋଗୀଙ୍କ ସମେତ ୪ ଆହତ

ଭଦ୍ରକ : ଭଦ୍ରକ ଜିଲ୍ଲା ରାହାଞ୍ଜ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ରୋଗୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇ ଡ୍ରାଇଭର ଛୁ ମାରିଥିବା ବେଳେ ଆହତମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ରୋଗୀ, ତାଙ୍କ ପତ୍ନୀ ଓ ୨ ପୁଅ ଅଛନ୍ତି। ସୂଚନା ମୁତାବକ , ଭୋଗରାଇ ନହରା ଗାଁର ଭବଶଙ୍କର ମିଶ୍ରଙ୍କୁ ପରିବାର ଲୋକେ କଟକ ଆଣିଥିଲେ। କଟକରୁ ଫେରିବା ବାଟରେ ଭୋର ୪.୩୦ ରେ ରାହାଞ୍ଜ ଛକ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ଏହି ଦୁର୍ଘଟଣାରେ ଭବଶଙ୍କରଙ୍କ ସମେତ ତାଙ୍କ ୨ ପୁଅ ସୁଶାନ୍ତ ମିଶ୍ର, ସୁମନ୍ତ ମିଶ୍ର ଓ ପତ୍ନୀ ଶାନ୍ତିଲତା ମିଶ୍ର ଆହତ ହୋଇ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular