ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଯେମିତି ଅଟକି ଯାଇଛି ଡ୍ରଗ୍ସ ଲିଙ୍କ ଉପରେ । ରିୟା ଚକ୍ରବର୍ତ୍ତୀଙ୍କ ପରେ ଏବେ ବଡ଼ ତାରକାଙ୍କ ନାମ ମଧ୍ୟ ଧୀରେ ଧୀରେ ପଦାକୁ ଆସୁଛି । ଆଜି ଏନସିବି ଦୀପିକାଙ୍କୁ ପଚରାଉଚରା କରିବା ପରେ କରିଶ୍ମାଙ୍କ ସହ କରିଥିବା ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କରିଛନ୍ତି ଦୀପିକା । ଏହି ଚାଟ୍ରେ ତାଙ୍କ ସର୍କଲରେ ଡୁବ୍ ବା ଭରା ହୋଇଥିବା ସିଗାରେଟ୍ ମଗାଯାଉଥିଲା । ୨୦୧୭ରେ ହେସ୍ ଯୋଗାଇଦେବା ପାଇଁ କରିଶ୍ମାଙ୍କୁ କହିଥିଲେ ଦୀପିକା । ସୂଚନାଯୋଗ୍ୟ କି ଦିନ ୧୦ଟାରୁ ତାଙ୍କୁ ମାରାଥନ୍ ଜେରା କରାଯାଉଛି । କିନ୍ତୁ ଡ୍ରଗ୍ସ ଚାଟ୍ ନେଇ ଦୀପିକାଙ୍କ ଉତ୍ତରରେ ସନ୍ତୁଷ୍ଟ ନାହାନ୍ତି ଏନସିବି ଟିମ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0