spot_img

ସାବଧାନ ! ବଜାରରେ ବୁଲୁଛି ନକଲି କରୋନା ଟିକା

କରୋନା ସମୟରେ ବରଗଡରେ ଲୋକଙ୍କ ଜୀବନ ସହ ସାଂଘାତିକ ଖେଳ ଚାଲିଛି । ସମ୍ବଲପୁର, ବରଗଡର ଗ୍ରାମାଞ୍ଚଳରେ ଏବେ ନକଲି କରୋନା ଟିକା ବିକ୍ରି ହେଉଥିବା ଖବର ଆସିଛି ସାମ୍ନାକୁ । କରୋନା ଟିକା ଉଦ୍ଭାବନ କରିଥିବା କହି ବରଗଡ ଋଷୁଡା ଗାଁରେ ବିକି ଚାଲିଥିଲେ ପ୍ରହଲାଦ ବିଶି ନାମକ ଜଣେ ବ୍ୟକ୍ତି । ଖବର ପାଇ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ କ୍ରମେ ବରଗଡ ଏସପିଙ୍କ ନେତୃତ୍ୱରେ ଚଢାଉ ହୋଇଥିଲା । ଏହି ଚଢାଉରେ ପ୍ରହଲାଦ ବିଶିଙ୍କ ଠାରୁ ୧୨ରୁ ୧୪ଟି ଭାକ୍ସିନ୍ ବୋତଲ ଜବତ ହୋଇଛି । ଏହି ଶିଶି ଗୁଡିକରେ କେବଳ ଭାକ୍ସିନ, କୋଭିଡ ୧୯, କରୋନା ୱାର୍ଲଡ ଇଣ୍ଡିଆନ ଇଂଜେକ୍ସନ ଆଇପି ଲେଖା ରହିଛି । ତେବେ ଏପରି କୌଣସି ନକଲି ଔଷଧ ଆଡକୁ ପ୍ରଭାବିତ ନହେବାକୁ ଡ୍ରଗ୍ସ ଡିପାର୍ଟମେଣ୍ଟ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular