ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟାବହ ହେବାରେ ଲାଗିଛି କରୋନା ସ୍ଥିତି । ପ୍ରତିଦିନ କରୋନାରେ ବଳି ପଡ଼ୁଛି ଅମୂଲ୍ୟ ଜୀବନ । ଆଜି ଦିନକରେ କରୋନାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରୁ ଖୋର୍ଦ୍ଧା ରୁ ଜଣେ, କଟକରୁ ୩ଜଣ , ଯାଜପୁରରୁ ଓ କେନ୍ଦ୍ରାପଡାରୁ ୨ ଜଣ ବଲାଙ୍ଗୀର ,ଢେଙ୍କାନାଳ ,ଗଜପତି ଜିଲ୍ଲାରୁ ଜଣେ , ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୯୩ କୁ ବୃଦ୍ଧି ପାଇଛି ।