ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଡିଗ୍ରି ମହାବିଦ୍ୟାଳୟର ଯୁକ୍ତ ତିନିରେ ନାମ ଲେଖା ଲାଗି ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରକାଶିତ ହୋଇଛି। ଅଧିକାଂଶ ବିଭାଗରେ ଭୁବନେଶ୍ୱରର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ୯୫ ପ୍ରତିଶତ ଥିବା ବେଳେ, ରସାୟନ ବିଜ୍ଞାନରେ ୯୪.୬ ପ୍ରତିଶତ, ପ୍ରାଣୀବିଜ୍ଞାନରେ ୯୫.୫ ପ୍ରତିଶତ ଓ ଉଦ୍ଭିଦ ବିଜ୍ଞାନରେ୯୩.୪ ପ୍ରତିଶତ ଓ ଗଣିତରେ ୯୫.୨ ପ୍ରତିଶତ ରହିଛି। ଠିକ୍ ସେହିପରି ବାଣିଜ୍ୟ ଶ୍ରେଣୀରେ ବି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି। ଏହି ବିଭାଗରେ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ୮୮.୬୭ ପ୍ରତିଶତ ରହିଛି। ଅପରପକ୍ଷରେ କଳା ଶ୍ରେଣୀରେ ବି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ରହିଛି। ଭୂଗୋଳରେ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ୯୨ ପ୍ରତିଶତ ଥିବା ବେଳେ, ଅର୍ଥନୀତିରେ ୯୦.୫, ଇଂରାଜୀରେ ୮୯.୨, ସାସିଓଲୋଜିରେ ୮୪.୧୭, ଆନ୍ଥ୍ରୋପୋଲୋଜିରେ ୮୬.୩ ଓ ସାଇକୋଲୋଜିରେ ୮୪.୧୭ ରହିଛି।



Visitors Today : 2
Total Visitors : 130539
Total Views : 9892089
Visitors Online Now : 0