ଭୋପାଳ – ପତ୍ନୀଙ୍କୁ ନିର୍ମମ ଭାବେ ମାଡ ମାରୁଥିବା ଭିଡିଓ ଭାଇରାଲ ହେବା ପରେ ମଧ୍ୟ ପ୍ରଦେଶରେ ଡିଜି ପାହ୍ୟାର ଆଇପିଏସ ଅଧିକାରୀ ପୁରୁଷତ୍ତୋମ ଶର୍ମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ପତ୍ନୀଙ୍କୁ ମାଡ ମାରିବା ପୁରୁଷୋତ୍ତମଙ୍କୁ ମହଙ୍ଗା ପଡିଛି। ତାଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ସରକାରଙ୍କ ଗୃହ ବିଭାଗ ତରଫରୁ ଆଦେଶର କପି ଜାରି କରାଯାଇଛି। ଆଦେଶରେ ସ୍ପଷ୍ଟ ଭାବେ ଲେଖା ହୋଇଛି ଯେ, ପୁରୁଷୋତ୍ତମ ଶର୍ମାଙ୍କୁ ତତ୍କାଳ ପ୍ରଭାବରୁ କାର୍ଯ୍ୟମୁକ୍ତ କରାଯାଉଛି। ଏହି ପୂରା ମାମଲାରେ ହରଡଘଣାରେ ପଡିଥିବା ଆଇପିଏସ ଅଫିସର ପୁରୁଷୋତ୍ତମ ଶର୍ମାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ ସଫେଇ ଦେଇ କହିଛନ୍ତି ଯେ, ଏହା ତାଙ୍କର ପାରିବାରିକ ମାମଲା। ସେ ମାରପିଟ୍ କରିନାହାନ୍ତି ବରଂ ନିଜକୁ ବଞ୍ଚାଇବାକୁ ଉଦ୍ୟମ କରୁଥିଲେ।ସେ କହିଛନ୍ତି ଯେ ମୋ ପତ୍ନୀ ମୋ ଟଙ୍କା କାହିଁକି ଖର୍ଚ୍ଚ କରୁଛି ? ମୋ ଟଙ୍କାରେ ବିଦେଶ ଯାତ୍ରା କଣ ପାଇଁ କରୁଛି ? ଏହା ମୋର ପାରିବାରିକ ମାମଲା। ଏହାକୁ ମୁଁ ନିଜେ ସମାଧାନ କରି ଦେବି। ମୁଁ ନିଜ ପତ୍ନୀ ସହ ଲଗାତାର ଯୋଗାଯୋଗରେ ରହିଛି। ଏହି ମାମଲାର ସମାଧାନ ପାଇଁ ମୁଁ ପୂରା ଉଦ୍ୟମ କରୁଛି।ମଧ୍ୟ ପ୍ରଦେଶରେ ଡିଜି ପାହ୍ୟାର ଅଧିକାରୀ ପୁରୁଷୋତ୍ତମ ଶର୍ମାଙ୍କୁ ସନ୍ଦିଗ୍ଧ ଭାବେ ତାଙ୍କ ପତ୍ନୀ ଅନ୍ୟ ଏକ ମହିଳାଙ୍କ ଘରେ ଧରିଥିଲେ। ଏହା ପରେ ଶର୍ମା ଘରେ ପହଞ୍ଚି ପତ୍ନୀଙ୍କୁ ମାରପିଟ୍ କରିଥିଲେ। ପୁଅ ପାର୍ଥ ଗୌତମ ଶର୍ମା ଦୁଇ ଘଟଣାର ଭିଡିଓ ପ୍ରସ୍ତୁତ କରି ଏହାକୁ ଗୃହ ମନ୍ତ୍ରୀ, ମୁଖ୍ୟ ସଚିବ ଓ ଡିଜିପିଙ୍କୁ ପଠାଇ ବାପାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଗୁହାରି କରିଥିଲେ। ବାପାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ସେ ଦାବି କରିଥିଲେ। ଏବେ ମଧ୍ୟ ପ୍ରଦେଶ ସରକାର ପୁରୁଷୋତ୍ତମ ଶର୍ମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ କାର୍ଯ୍ୟମୁକ୍ତ କରିଛନ୍ତି।ଏହା ପୂର୍ବରୁ ଏହି ମାମଲାରେ ପୁରୁଷୋତ୍ତମ ଶର୍ମା କହିଥିଲେ ଯେ, ସେ ମାରପିଟ୍ ଅଭିଯୋଗକୁ ସ୍ଵୀକାର କରୁଛି ଏବଂ ସରକାର ଯାହା କରିବା କଥା କରନ୍ତୁ। ଏହା ମୋର ପାରିବାରିକ ମାମଲା। ମୁଁ ପତ୍ନୀ ସହିତ ରହି ହିନସ୍ତା ହୋଇ ସାରିଲିଣି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0