ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୬ ଓ ୨୦୧୭ରେ ଇନକମ ଟ୍ୟାକ୍ସ ଭାବେ ସର୍ବନିମ୍ନ ୭୫୦ ଡଲାର ପୈଠ କରିଛନ୍ତି। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ ଟ୍ରମ୍ପ ଗୋଲ୍ଫ କୋର୍ସରେ ଲକ୍ଷାଧିକ ଡଲାର ହରାଇଛନ୍ତି ଏବଂ ଗତ କିଛି ବର୍ଷରେ ଲକ୍ଷାଧିକ ଡଲାର ଋଣ ରହିଛି। ଟାଇମ୍ସ ଆନାଲିସିସ୍ ଅନୁଯାୟୀ ଟ୍ରମ୍ପ ଗତ ୧୫ ବର୍ଷରୁ ୧୦ ବର୍ଷ ଇନକମ ଟ୍ୟାକ୍ସ ପୈଠ କରି ନାହାନ୍ତି କାରଣ ସେ ବହୁତ ବଡ କ୍ଷତିରେ ଚାଲିଥିଲେ। ଦସ୍ତାବିଜରୁ ଜଣା ପଡିଛି ଯେ, ଟ୍ରମ୍ପଙ୍କ ଅନେକ ବ୍ୟବସାୟ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି। ନିଜର ବ୍ୟବସାୟକୁ ଉଦ୍ଧାର କରିବା ବଦଳରେ ସେ ଅଧିକ ଅର୍ଥ ଫାର୍ମରେ ନିବେଶ କରୁଛନ୍ତି। ସେ ହ୍ଵାଇଟ୍ ହାଉସ୍ରେ ନିଜର ପ୍ରଥମ ଦୁଇ ବର୍ଷରେ ୭୩ ମିଲିୟନ ଡଲାର ବିଦେଶରୁ ଆୟ କରିଛନ୍ତି। ଟ୍ରମ୍ପ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ରିପୋର୍ଟ ସଂପୂର୍ଣ୍ଣ ମିଥ୍ୟା। ମୁଁ ଟ୍ୟାକ୍ସ ଠିକ୍ ଭାବେ ପୈଠ କରେ। ଏହାର ଅଡିଟ୍ ଜାରି ରହିଛି। ଟ୍ରମ୍ପ ନିଜର ବ୍ୟକ୍ତିଗତ ରେକର୍ଡକୁ ଜାରି କରିବାକୁ ମନା କରି ଆମେରିକା ରାଷ୍ଟ୍ରପତି ପରମ୍ପରା ପାଳନ କରିଛନ୍ତି। ଟାଇମ୍ସ ଏହା ଖୁଲାସା କରି ନାହିଁ ଯେ ଏହି ଦସ୍ତାବିଜ କେଉଁଠି ମିଳିଛି, ମାତ୍ର କୁହାଯାଉଛି ବିଶେଷ ସୂତ୍ରରରୁ ଆଇନ ଆଧାରରେ ଏହି ତଥ୍ୟ ମିଳିଛି। ଟ୍ରମ୍ପ ଅର୍ଗାନାଇଜେସନର ଜଣେ ଓକିଲ ଟାଇମ୍ସକୁ କହିଛନ୍ତି ଯେ, ଅଧିକାଂଶ ତଥ୍ୟ ମିଥ୍ୟା ଅଟେ। ବ୍ଲୁମର୍ଗ ନ୍ୟୁଜ୍ ଟାଇମ୍ସ ଖବରକାଗଜ ଦ୍ଵାରା ଦର୍ଶାଯାଇଥିବା ତଥ୍ୟକୁ ସତ୍ୟାପନ କରୁ ନାହିଁ ବୋଲି କହିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0