ଦୁବାଇ: ଆଇପିଏଲ ୧୩ତମ ସଂସ୍କରଣର ଆଜି ଦଶମ ମ୍ୟାଚ । ଆଜିର ମ୍ୟାଚରେ ଆଦାମ ଜାମ୍ପା ଓ ଇସୁରୁ ଉଦାନା ଦୁହେଁ ପ୍ରଥମଥର କରି ରୟାଲ୍ସ ପକ୍ଷରୁ ଖେଳିବେ । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି । ଦୁବାଇର ଡ଼ିସିଏ ଷ୍ଟାଡ଼ିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଙ୍କ ମଧ୍ୟରେ ଆଜି କଡ଼ା ଟକ୍କର ହେବାକୁ ଯାଉଛି ।
Adam Zampa and Isuru Udana are all set to make their debut for @RCBTweets.#Dream11IPL #RCBvMI pic.twitter.com/KFqzH1aICI
— IndianPremierLeague (@IPL) September 28, 2020
ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସର ଆଜି ତୃତୀୟ ମ୍ୟାଚ । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ହାସଲ କରିଛି । ସେହିପରି ବିରାଟ କୋହଲିଙ୍କ ନେତୃତ୍ୱାଧିନ ରୟାଲ୍ସ ଚ୍ୟାଲେଞ୍ଜର ବାଙ୍ଗାଲୋର ଆଜିର ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ନିଜର ସ୍ଥାନ ବଜାୟ ରଖିବା ପାଇଁ ଚେଷ୍ଟା କରିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0