ପୁରୀ: ଶ୍ରୀମନ୍ଦିରର ସେବାୟତମାନେ ଅଧିକରୁ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ ଅନେକ ସେବାୟତ ମୃତ୍ୟୁବରଣ କଲେଣି । ତେଣୁ କିପରି ସେବାୟତଙ୍କ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯିବ ତା ଉପରେ ଏକ ସ୍ୱତନ୍ତ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ସିଡିଏମୋ, ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଯୋଗଦାନ କରି ବିଶେଷ ଭାବରେ ଯେଉଁ ସେବାୟତ ଗୁରୁତର ହେଉଛନ୍ତି ସେମାନଙ୍କ ସଠିକ ଗାଇଡଲାଇନ ପାଇଁ ୨ଟିମ ଆସିଷ୍ଟାଣ୍ଟ ରେଭିନ୍ୟୁ ଅଫିସରଙ୍କ ନେତୃତ୍ୱରେ ଗଠନ କରାଯାଇଛି। ଭେଣ୍ଟିଲେଟର ଥାଇ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ ବିଶେଷ କରି ମାସ୍କ ପରିଧାନ ବଧ୍ୟତାମୂଳକ କରାଯିବ ଯେଉଁମାନେ ନମାନିବେ ସେମାନଙ୍କ ବିରୋଦ୍ଧରେ ପଦକ୍ଷେପ ନିଆଯିବ ସେହିଭଳି ପାନଛେପ ଉପରେ କଟକଣା ଜାରି କରାଯାଇଛି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0