spot_img

ବାଇକ୍ ଧରି ଲୁଟେରା ଫେରାର

ଢେଙ୍କାନାଳ: ବାଇକ୍ ଚୋରି ନିମନ୍ତେ ଯୁବକଜଣକ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି। ଚାରି ଆଡ଼କୁ ଅନାଇବା ସହ ଅତି ସତର୍କତାର ସହ ବାଇକ୍ ଚାବିକୁ ଖୋଲିବା ପାଇଁ ଚେଷ୍ଟା କରୁଛନ୍ତି। ପ୍ରାୟ ୩ ଥର ଚେଷ୍ଟା କରିବା ପରେ ଲୁଟେରାଜଣଙ୍କ ବାଇକ୍ ଚାବି ଖୋଲିବାରେ ସଫଳ ହେଲେ। ଆଉ ତା’ ପରେ ଆଖି ପିଛୁଳାକେ ଚମ୍ପଟ ମାରିଲେ। ବାଇକ୍ ଚୋରିର ଏପରି ଲାଇଭ୍ ଭିଡ଼ିଓ ସିସିଟିଭିରେ କଏଦ ହୋଇଛି। ଏହା ଅନ୍ୟ କୌଣସି ରାଜ୍ୟରେ ନୁହେଁ ବରଂ ଏହା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଘଟିଛି । ଗତକାଲି ମୁଖ୍ୟ ଚିକିତ୍ସାଳୟ ପରିସରରେ ଏପରି ଘଟଣା ଘଟିଛି। ମେଡିକାଲରେ ଚାକିରି କରୁଥିବା ପଲସର ମାଲିକ ଏ ନେଇ ଢେଙ୍କାନାଳ ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular