spot_img

ଲାଞ୍ଚ ନେଉଥିବା ବେଳେ ଭିଜିଳାନ୍ସ ଜାଲରେ ଫସିଲେ କିରାଣି

ରାୟଗଡ଼ା: ଭିଜିଲାନ୍ସ ଜାଲରେ ଫସିଲେ କିରାଣି । ୪ ଜହାର ଟଙ୍କା ଲାଞ୍ଚ ନେବା ବେଳେ ରେଡ୍ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ । ଠିକାଦାରଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାୟଗଡ଼ା ଜିଲ୍ଲା କାଶୀପୁର ଵ୍ଳକ କିରାଣି ପ୍ରକାଶ ଚନ୍ଦ୍ର ସାହୁ । ଡଙ୍ଗାସିଲ ଗାଁରେ ଏକ ଯାତ୍ରୀ ଵିଶ୍ରାମାଗାର ନିର୍ମାଣ ପାଇଁ ଠିକାଦାର ବିଳାସ କୁମାର ନାୟକଙ୍କୁ କିରାଣି ପ୍ରକାଶ ୪ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ବିଳାସ ଭିଜିଲାନ୍ସକୁ ଜଣାଇବା ପରେ ଭିଜିଲାନ୍ସ ଜାଲ ବିଛାଇଥିଲା । ଯୋଜନା ମୁତାବକ ଆଜି ଟଙ୍କା ଦେବାପାଇଁ ସ୍ଥିର ହୋଇଥିଲା । ବିଳାସ କାର୍ୟ୍ୟାଳୟ ଭିତରେ ଟଙ୍କାଦେବା ବେଳେ ପୂର୍ବରୁ ଛପି ରହିଥିବା ରାୟଗଡା ଓ ଭବାନୀପାଟଣା ଭିଜିଲାନ୍ସ ଟିମ୍ ଚଢାଉ କରିଥିଲେ । ୪ ହଜାର ଟଙ୍କା ହାତରେ ଧରିଥିବା ଅବସ୍ଥାରେ କିରାଣି ପ୍ରକାଶ ଚନ୍ଦ୍ର ସାହୁଙ୍କୁ ଗିରଫ କରାଯାଇଛି । କାଶୀପୁର ବ୍ଲକରେ ମଧ୍ୟ ଏହା ପୂର୍ବରୁ ଅନେକ ବାର ସେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । କିନ୍ତୁ ଉକ୍ତ କିରାଣିଙ୍କ ନାମରେ କୌଣସି ପ୍ରମାଣ ନଥିଲା । ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular