ଦୁବାଇ: ଡ଼େଭିଡ଼ ୱାର୍ଣ୍ଣରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ଚଳିତ ବର୍ଷ ଆଇପିଏଲରେ ୨ଟି ମ୍ୟାଚ ଖେଳି ଗୋଟିଏରେ ବି ବିଜୟ ହାସଲ କରି ନାହିଁ । ଯାହାଫଳରେ ହାଇଦ୍ରାବାଦ ପଏଣ୍ଟ ଟେବୁଲରେ ନିମ୍ନରେ ଅଛି । ତେବେ ଆଜିର ମ୍ୟାଚରେ ଓପନିଂ ବ୍ୟାଟସମ୍ୟାନ କ୍ୟାପଟେନ ଓା୍ୱର୍ଣ୍ଣର ଓ ବେୟାରଷ୍ଟୋ ଏକ ବଡ଼ ସ୍କୋର କରିବା ଲକ୍ଷରେ ପଡ଼ିଆକୁ ଓହ୍ଳାଇବେ । ଅନ୍ୟପଟେ ମନୀଷ ପାଣ୍ଡେ, ପ୍ରିୟଙ୍କ ଗର୍ଗ ଓ ବିସ୍ଫୋରକ ବ୍ୟାଟସମ୍ୟାନ ରିଦ୍ଧିମାନ ଶାହା ଆଜିର ମ୍ୟାଚରେ ତାଙ୍କ ପୁରୁଣା ଫର୍ମକୁ ଫେରିବେ ବୋଲି ସମର୍ଥକ ଆଶାରଖିଛନ୍ତି । ସେହିପରି ଦ୍ରୁତ ବୋଲର ଭାବେ ଭୁବନେଶ୍ୱର କୁମାର, ଟି ନଟରାଜ, ଖଲିଲ ଅହମ୍ମଦ ଭଲି ଷ୍ଟାର ପ୍ଲେୟାର ଖେଳୁଛନ୍ତି । ତେବେ ସ୍ପିନର ଭାବେ ରସିଦ ଖାନ, ମହମ୍ମଦ ନବୀ ତାଙ୍କ ଚମକ୍ରାର ଫର୍ମରେ ଅଛନ୍ତି । ଯାହାକି ଦିଲ୍ଲୀ କ୍ୟାପିଟାଲ୍ସକୁ ଏକ ବଡ଼ ସ୍କୋର କରିବାକୁ ରକିବାରେ ସମର୍ଥ ହେବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0