ଟୋକିଓ: ସାରା ବିଶ୍ୱରେ କୋଭିଡ଼ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କୋଭିଡ଼ ଯୋଗୁଁ ଟୋକିଓରେ ହେବାକୁ ଥିବା ଅଲମ୍ପିକ୍ସକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଛି । ଅନ୍ୟପଟେ ଅଲମ୍ପିକ୍ସ ମଶାଲର ବିଶ୍ୱଭ୍ରମଣ ମଧ୍ୟ ଘୁୁଞ୍ଚି ଯାଇଛି ।
ଟୋକିଓ ଅଲିମ୍ପିକ୍ସ ମଶାଲ ରିଲେ ଆସନ୍ତାବର୍ଷ ମାର୍ଚ୍ଚ ୨୫ରୁ ଜାପାନର ଫୁକୁସିମା ଅଞ୍ଚଳରୁ ଆରମ୍ଭହେବ ବୋଲି ଅଲିମ୍ପିକ୍ସର ଆୟୋଜନ କମିଟି ଘୋଷଣା କରିଛି । ୨୦୨୦ରେ ଟୋକିଓରେ ଅଲିମ୍ପିକ୍ସ ହେବାର କାର୍ୟ୍ୟକ୍ରମ ଥିବାରୁ କିଛିମାସ ତଳେ ଗ୍ରୀସ୍ରୁ ଅଲିମ୍ପିକ୍ସ ମଶାଲ ଜାପାନରେ ପହଞ୍ଚି ସାରିଥିଲା। ତେବେ ଏହି କ୍ରୀଡ଼ା ୧୨ ମାସ ଘୁଞ୍ଚି ଯାଇଥିବାରୁ ମଶାଲ ରିଲେ ଆରମ୍ଭ ହୋଇନଥିଲା। ଇତି ମଧ୍ୟରେ ମଶାଲ ରିଲେର ସାନି ତାରିଖ ଘୋଷଣା କରିଛି ଆୟୋଜକ କମିଟି। ଏହି ମଶାଲ ରିଲେ ଜାପାନର ସମସ୍ତ ୪୭ଟି ଅଞ୍ଚଳିକ ପ୍ରଦେଶକୁ ଭ୍ରମଣ କରିବାର କାର୍ୟ୍ୟକ୍ରମ ରହିଛି । ତେବେ ମଶାଲ ରିଲେ ବେଳେ ସମସ୍ତ କୋଭିଡ୍ ନିୟମ ପାଳନ କରାଯିବ ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0