ନୂଆଦିଲ୍ଲୀ: ମହାମାରୀ କରୋନା ସମଗ୍ର ଭାରତ ସମେତ ସାରା ବିଶ୍ୱରେ ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାର ଟୀକା ବାହାର କରିବାରେ ସମସ୍ତ ଦେଶ ତାଙ୍କର ପ୍ରଚେଷ୍ଟା ଚଳାଇଛନ୍ତି । ଏହା ମଧ୍ୟରେ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ଏକ ନୂଆ ଭାରରସକୁ ନେଇ ଚେତାବନୀ ଜାରି କରିଛି । ଆଇସିଏମଆର ଭାରତ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି, କେଟ କ୍ୟୁ ଭାଇରସ ଖୁବଶୀଘ୍ର ଭାରତରେ ତାର ପ୍ରଭାବ ବିସ୍ଥାର କରିପାରେ । ରିପୋର୍ଟରେ ଉଲ୍ଲେଖ ଅଛି, ଏହି ଭାଇରସ ଲୋକମାନଙ୍କ ମଧ୍ୟରେ ଜ୍ୱର ସଂବନ୍ଧୀୟ ରୋଗ ସୃଷ୍ଟି କରିବା ସହ ଛୋଟ ପିଲାମାନଙ୍କ ମଧ୍ୟରେ ଇନ୍ସେଫଲାଇଟିସ ସମସ୍ୟା ସୃଷ୍ଟି କରିଥାଏ । ଆଇସିଏମଆରର ପୁନେ ସ୍ଥିତ ନେଶନାଲ ଇନସିଟ୍ୟୁଟ ଅଫ ବାୟରାଲୋଜିର କହିବା ଅନୁଯାୟୀ, ଚୀନ ଓ ଭିଏତନାମରେ କେଟ କ୍ୟୁ ଭାଇରସର ଉପସ୍ଥିତି ସୂଚନା ମିଳିଛି । ସେଠାରେ ବ୍ୟୁଲେବ୍ସ ମାଛି ଓ ଘୁସୁରୀମାନଙ୍କ ମଧ୍ୟରେ ଏହି ଭାଇରସ ଚିହ୍ନଟ ହୋଇଛି । ବିଶେଷଜ୍ଞ ମାନେ ଚେତାବନୀ ଦେଇ କହିଛନ୍ତି, ଭାରତରେ ମଧ୍ୟ ଏପରି ଭାଇରସ ଚିହ୍ନଟ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0