ଭୁବନେଶ୍ୱର : ଯୁକ୍ତ୨ ଇନଷ୍ଟାଣ୍ଟ ପରୀକ୍ଷା ଲାଗି ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ଫର୍ମପୂରଣ ପ୍ରକ୍ରିୟା ଶେଷ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ୨୮ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିଥିଲେ। ପରୀକ୍ଷା ପାଇଁ ଯୋଗ୍ୟ ଥିବା କେତେଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ନ ଥିବା ଜଣାପଡ଼ିବା ପରେ ଏବେ ଆବେଦନ ସମୟ ସୀମାକୁ ଆଉ ୩ ଦିନ ବଢ଼ାଇ ଦିଆଯାଇଛି। ଅକ୍ଟୋବର ପହିଲା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନରେ ଫର୍ମପୂରଣ କରିବା ସହ ଏସବିଆଇ କଲେକ୍ଟ ମାଧ୍ୟମରେ ପରୀକ୍ଷା ଫି’ ଦାଖଲ କରିପାରିବେ। ଏହାପରେ କୌଣସି ପରିସ୍ଥିତିରେ ଆଉ ସମୟ ସୀମା ବୃଦ୍ଧି କରାଯିବ ନାହିଁ ବୋଲି ପରିଷଦ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଯୁକ୍ତ୨ କଲେଜର କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫର୍ମ ଆନେକ୍ସର-୨, ଏସବି କଲେକ୍ଟ ରିସିପ୍ଟ ମାର୍କସିଟ ଜେରକ୍ସ କପି ଆଦି ଅକ୍ଟୋବର ୩ରୁ ୫ ପର୍ଯ୍ୟନ୍ତ ପରୀକ୍ଷା ନିୟନ୍ତ୍ରକଙ୍କ ଇ-ମେଲ ପଠାଇପାରିବେ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0