ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କରୋନା ସଂଖ୍ୟ । ୨୪ ଘଣ୍ଟା ମଧ୍ୟରେ ଆମ ରାଜ୍ୟ ଓଡ଼ିଶାର ୩୦ଟି ଜିଲ୍ଲାରୁ ୩ ହଜାର ୪ ଶହ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ୧୧୯କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ୩ ହଜାର ୪ ଶହ ୪୩ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ଲୋକାଲ କେସ୍ ଅଛନ୍ତି ୧୪୨୬ ଜଣ । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୬୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , କଟକରୁ ୩୫୯ ଜଣ, ପୁରୀରୁ ୧୩୨ ଜଣ, ରାୟଗଡ଼ାରୁ ୨୯ ଜଣ, ଭଦ୍ରକରୁ ୯୫ ଜଣ, ମୟୂରଭଞ୍ଜରୁ ୧୪୧ ଜଣ, ସୁନ୍ଦରଗଡ଼ରୁ ୮୧ ଜଣ, ବରଗଡ଼ରୁ ୧୧୧ ଜଣ, କେନ୍ଦୁଝରରୁ ୯୭ ଜଣ, ଗଞ୍ଜାମରୁ ୫୪ ଜଣ, ନବରଙ୍ଗପୁରରୁ ୮୯ ଜଣ, କେରାପୁଟରୁ ୫୨ ଜଣ, ସମ୍ବଲପୁରରୁ ୧୩୧ ଜଣ, ନୟାଗଡ଼ରୁ ୮୮ ଜଣ, ସୁବର୍ଣ୍ଣପୁରରୁ ୯୪ ଜଣ, ଜଗତସିଂହପୁରରୁ ୭୮ ଜଣ, ଅନୁଗୁଳରୁ ୧୦୦ ଜଣ, କେନ୍ଦ୍ରାପଡ଼ାରୁ ୧୦୧ ଜଣ, ବୌଦ୍ଧରୁ ୧୦ ଜଣ, ବଲାଙ୍ଗିରରୁ ୧୧୪ ଜଣ, ନୂଆପଡ଼ାରୁ ୮୭ ଜଣ, ଝାରସୁଗୁଡ଼ାରୁ ୭୭ ଜଣ, କଳାହାଣ୍ଡିରୁ ୭୬ ଜଣ, କନ୍ଧମାଳରୁ ୧୦୩ ଜଣ, ଦେବଗଡ଼ରୁ ୧୩ ଜଣ, ଯାଜପୁରରୁ ୧୩୦ ଜଣ, ଢ଼େଙ୍କାନାଳରୁ ୯୧ ଜଣ, ଗଜପତିରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନାଗିରିରୁ ୨୯ଜଣ ଓ ବାଲେଶ୍ୱରରୁ ୧୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0