ଦିଗପହଣ୍ଡି : ପୋଖରୀରେ ବୁଡି ଦିଗପହଣ୍ଡି ଆଠଗଡ଼ିଆ ସାହିର ଦିନାଙ୍କe ମୃତ୍ୟୁ ହୋଇଛି । ଦିନା ମଙ୍ଗଳବାର ମଧ୍ୟାହ୍ନରୁ ନିଖୋଜ ଥିଲେ। ବସଷ୍ଟାଣ୍ଡ ନିକଟ ପେଣ୍ଡରା ବନ୍ଧରୁ ମୃତଦେହକୁ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କରାଯାଇଛି।
ଦିନା ମାଛ ବ୍ୟବସାୟୀଙ୍କ ନିକଟରେ କାମ କରୁଥିଲେ। ସେ ଜଣେ ମେଳାପି ଓ ସହରର ସମସ୍ତଙ୍କ ପ୍ରିୟ ପାତ୍ର ଥିଲେ। କ୍ରିକେଟ୍ କମେଣ୍ଟ ଟ୍ରି କରି ସମସ୍ତଙ୍କୁ ରାସ୍ତା ଘାଟରେ ହସାଉଥିଲେ। ରାତି ସାଢ଼େ ୧୦ ଟାରେ ପୋଖରୀ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି। ଆଜି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବ। ଦିନାଙ୍କ ଆକସ୍ମିକ ବିୟୋଗରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।



Visitors Today : 1
Total Visitors : 130306
Total Views : 9891809
Visitors Online Now : 0