ନୂଆଦିଲ୍ଲୀ୧୧ଜ୍ଝ୦୭: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ରାଜନୈତିକ ମୋଡ଼ ନେବାରେ ଲାଗିଛି । ଏହି ପ୍ରସଙ୍ଗକୁ ନେଇ ବିଜେପି ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ସୋସିଆଲ ମିଡିଆରେ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ସୁବ୍ରମଣ୍ୟମ ସ୍ୱାମୀ ସୁଶାନ୍ତଙ୍କ ପ୍ରଶଂସକମାନଙ୍କ ସହିତ ଛିଡ଼ା ହୋଇଛନ୍ତି । ସେ ଏବେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏଥି ସହିତ ସେ ବଲିଉଡ୍ର ୩ ଖାନ୍ଙ୍କୁ ଟାର୍ଗେଟ କରି ସେମାନଙ୍କ ଉପରେ ଜୋରଦାର ବର୍ଷିଛନ୍ତି।

ସୁବ୍ରମଣ୍ୟମ ଏକ ଟ୍ବିଟ୍ କରି ଶାହରୁଖ ଖାନ୍, ସଲମାନ ଖାନ୍ ଏବଂ ଆମିର ଖାନ୍ଙ୍କୁ ଟାର୍ଗେଟ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ଏହି ୩ କଳାକାରଙ୍କ ନୀରବତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସୁବ୍ରମଣ୍ୟମ ଲେଖିଛନ୍ତି, ଏବେ ବଲିଉଡ୍ର ସଲମାନ, ଶାହରୁଖ ଏବଂ ଆମିର ସୁଶାନ୍ତଙ୍କ ମୃତ୍ୟୁ ଉପରେ କାହିଁକି ଚୁପ୍ ରହିଛନ୍ତି ? ସେମାନେ କାହିଁକି ଏ ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି ?
ଏହି ୩ ବଡ଼ ଅଭିନେତା ସୁଶାନ୍ତଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କିନ୍ତୁ ପ୍ରଶଂସକଙ୍କ ନଜରରେ ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି, ବରଂ ସେ ନେପୋଟିଜମର ଶିକାର ହୋଇଛନ୍ତି। ତେଣୁ ଏହାର ସିବିଆଇ ତଦନ୍ତ କରାଇବାକୁ ଦାବି କରିଛନ୍ତି ସୁଶାନ୍ତଙ୍କ ପ୍ରଶଂସକମାନେ । ଏବେ ସୁବ୍ରମଣ୍ୟମ ଟ୍ବିଟ୍ କରି ୩ ଖାନ୍ଙ୍କୁ ପ୍ରଶ୍ନ କରିଛନ୍ତି , ସେମାନେ କ’ଣ ପାଇଁ ସୁଶାନ୍ତଙ୍କ ଲାଗି ନ୍ୟାୟ ଦାବି କରୁନାହାନ୍ତି। ସୁବ୍ରମଣ୍ୟମଙ୍କ ଏହି ପୋଷ୍ଟ ଉପରେ ସୁଶାନ୍ତଙ୍କ ପ୍ରଶଂସକମାନେ ଖୋଲାଖୋଲି ପ୍ରତିକ୍ରିୟା ଦେଇଛନ୍ତି। ଜଣେ ପ୍ରଶଂସକ କହିଛନ୍ତି, ଯେତେବେଳେ ସଞ୍ଜୟ ଦତ୍ତଙ୍କୁ ଜେଲ୍ ହୋଇଥିଲା ସେତେବେଳେ ବଲିଉଡ୍ର ସମସ୍ତ କଳାକାର ଛିଡ଼ା ହୋଇଥିଲେ। କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ପରେ ଏଭଳି ଦେଖିବାକୁ ମିଳିନାହିଁ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0