spot_img

୪ମାସ ପରେ ସୁଟିଂ ପାଇଁ ବାହାରିଲେ ଅର୍ଜୁନ କପୁର, ଦେଖନ୍ତୁ ସେଟ୍ ର ଦୃଶ୍ୟ

ଦୀର୍ଘ ଦିନର ଲକଡାଉନ୍ ପରେ ଅନଲକ୍ ସିଜିନ୍ ରେ ଫିଲ୍ମ ଷ୍ଟାରମାନେ ଘରୁ ବାହାରିବା ଆରମ୍ଭ କରିଛନ୍ତି । କିଛି କଳାକାରମାନେ ମଧ୍ୟ ସୁଟିଂ ଆରମ୍ଭ କରିଛନ୍ତି । କିଛି କଳାକାରଙ୍କ ମଧ୍ୟରେ ଅର୍ଜୁନ କପୁର ମଧ୍ୟ ସାମିଲ ରହିଛନ୍ତି । ସୂଚନା ଅନୁଯାୟୀ ଅର୍ଜୁନ କପୁର ପୁଣି ଥରେ ସୁଟିଂ ଆରମ୍ଭ କରିଛନ୍ତି । ଏନେଇ ଅର୍ଜୁନ କହିଛନ୍ତି, ମତେ ଲାଗୁଛି ଆମମାନଙ୍କୁ ଏହି ପରିସ୍ଥିତି ସହ ତାଳ ଦେଇ ଚାଲିବାକୁ ପଡିବ । ଏଥିସହ ଆମକୁ କାମ କରିବାକୁ ପଡିବ କାରଣ ଘର-ପରିବାର ମଧ୍ୟ ଚଳାଇବାକୁ ପଡିବ । ଏହିକାରଣରୁ ପ୍ରତ୍ୟେକ ବ୍ୟକ୍ତି ନିଜର ଆଖ-ପାଖ ସ୍ଥାନକୁ ସୁରକ୍ଷିତ ରଖନ୍ତୁ, ଯେପରି ସମସ୍ତେ ସୁସ୍ଥ ରହିପାରିବେ । କର୍ମ କ୍ଷେତ୍ରରେ ମଧ୍ୟ ଆମକୁ କିଛି ନିୟମ ପାଳିବାକୁ ପଡିବ । ଦୀର୍ଘ ଚାରି ମାସ ପରେ ମୁଁ ପ୍ରଥମ ଥର ସୁଟିଂ କରିଛି ।

Arjun-Kapoorସୁଟିଂକୁ ନେଇ ଅର୍ଜୁନ ଖୁଲାସା କରିଛନ୍ତି, ସୁଟିଂ ସେଟରେ କରାଯାଇଥିବା ପର୍ଯ୍ୟାପ୍ତ ସୁରକ୍ଷା ଉପାୟକୁ ସମ୍ପୂର୍ଣ୍ଣ ରୂପେ ସହଜ କରିଦିଆଯାଇଛି । ଏଥିସହ ସେ କହିଛନ୍ତି, “ମୁଁ ଆରମ୍ଭ ସମୟରେ କ୍ଷଣିକ ପାଇଁ ବିଚଳିତ ଏବଂ ବ୍ୟସ୍ତ ହୋଇଯାଇଥିଲି । କିନ୍ତୁ ଶେଷରେ ଏସବୁ ବ୍ୟବସ୍ଥା ଦେଖି ଶାନ୍ତ ହୋଇଥିଲି । ସ୍ୱାଭାବିକ ରୁପେ ପୁଣିଥରେ କାମ ଆରମ୍ଭ ଦିନରେ ଆମ ସମସ୍ତିଙ୍କୁ ବାହାରକୁ ବାହାରିବାରେ ମନୋବୈଜ୍ଞାନିକ ରୂପେ ସମସ୍ୟା ହେବ କିନ୍ତୁ ଆଜି ମୁଁ ସୁଟିଂ କରିବା ଏବଂ ସେଟ୍ ରେ କିଛି ଲୋକଙ୍କ ଉପସ୍ଥିତିକୁ ନେଇ ଆଶ୍ୱସ୍ତି ଅଛି । କାରଣ ଏସବୁର ପ୍ରସ୍ତୁତି ମୁଁ ଦେଖିସାରିଛି । ବର୍ତ୍ତମାନ ଯେଉଁଲୋକମାନେ ସୁଟିଂ ପାଇଁ ମନୋନିତ କରିଛନ୍ତି ସେମାନଙ୍କ ପାଇଁ ସମସ୍ତ ପ୍ରକାର ସୁରକ୍ଷା ଉପଲବ୍ଧ ରହିଛି ।”

LEAVE A REPLY

Please enter your comment!
Please enter your name here

- Advertisment -

Most Popular