କଲିକତା: କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟର ମହମ୍ମଦ ଶାମୀଙ୍କ ଠାରୁ ତାଙ୍କ ପତ୍ନୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । ଆଜି ଏହାର ଶୁଣାଣି କରି କଲିକତା କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ଶାମିଙ୍କ ପତ୍ନୀ ହସିନଙ୍କୁ ସୋସିଆଲ ମିଡ଼ିଆରେ ଅନେକ ଲୋକ ଧମକ ଦେବା ଆରମ୍ଭ କରିଦେଇଥିଲେ । ତେବେ ଏହାକୁ ଦୃଷ୍ଟିରେ ରଖି ତାଙ୍କ ପତ୍ନୀ ପୁଲିସ ପାଖରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାର ଅଭିଯୋଗ କରିଛନ୍ତି । ହସିନଙ୍କ ଜୀବନ ପ୍ରତି ବିପଦ ଥିବାର ଦେଖି ତାଙ୍କ ଓକିଲ ଆଶୀଷ ଚକ୍ରବର୍ତ୍ତୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ପୁୁଲିସ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରିଛି ବୋଲି ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଅମିତେଶ ବାନାର୍ଜୀ କହିଛନ୍ତି । ତେବେ ବିଚାରପତି ହସିନ ଜାହାନଙ୍କର ସୁରକ୍ଷା ଯୋଗାଇବା ପାଇଁ ପୁଲିସକୁ ନିର୍ଦେଶ ଦେଇଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0