ନୂଆଦିଲ୍ଲୀ: ଚଳିତ ବର୍ଷ ନୂଆ ମୋଟର ଯାନ ଆଇନ ଅନୁସାରେ ଅନେକ ଗାଡ଼ିଚାଳକ ଚେକିଂ ଭୟରେ ତାଙ୍କ ଗାଡ଼ିର କାଗଜ ପତ୍ର ପାଖରେ ରଖୁଥିଲେ । ତେବେ ଆସନ୍ତାକାଲି ଠାରୁ ଡ଼ିଜିଟାଲ ଲକରରେ ରହିଥିବା ଗାଡ଼ିର କାଗଜ ପତ୍ରକୁ ବୈଧ ବୋଲି ବିବେଚିତ ହେବ । ସୂଚନା ଅନୁସାରେ, ୧୯୮୯ ରେ କରାଯାଇଥିବା ସଂଶୋଧନ ଅନୁଯାୟୀ, ଗାଡି ଚଳାଇବା ସମୟରେ ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣପତ୍ର, ବୀମା ଏବଂ ନିର୍ଗମନ ପ୍ରମାଣପତ୍ର ବହନ କରିବା ଆବଶ୍ୟକ ନାହିଁ।ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ଅନୁଯାୟୀ ଯଦି ଏହି ଡକ୍ୟୁମେଣ୍ଟକୁ ଆକାଉଣ୍ଟରେ ଡିଜି ଲକର କିମ୍ବା ଏମ-ପରିବହନରେ ରଖାଯାଇ ପାରିବ । ଏହି ଡକ୍ୟୁମେଣ୍ଟଗୁଡ଼ିକ ମୂଳ ଦଲିଲ ସହିତ ସମାନ ବିବେଚିତ ହେବ ।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0