spot_img

ବାଲେଶ୍ୱରରେ ସଟଡାଉନ ନିଷ୍ପତ୍ତିକୁ ନେଇ ୨ ସଂଘ ମୁହାଁମୁହିଁ

ବାଲେଶ୍ୱର : ବାଲେଶ୍ୱରରେ ପୁଣିଥରେ ସଟଡାଉନ ଲାଗୁ କରିବା ନିଷ୍ପତ୍ତିକୁ ନେଇ ୨ ବ୍ୟବସାୟିକ ସଂଘ ମୁହାଁମୁହିଁ ହୋଇଛନ୍ତି। ସଟଡାଉନ ନିଷ୍ପତ୍ତିକୁ ବାଲେଶ୍ୱର ଚାମ୍ବର ଅଫ ଇଣ୍ଡଷ୍ଟ୍ରି ଆଣ୍ଡ୍ କମର୍ସ (BCIC) ସମର୍ଥନ କରିଥିବା ବେଳେ ବିରୋଧ କରିଛି କପଡା ଦୋକାନୀ ସଂଘ । ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ବିବୃତି ପ୍ରକାଶ ପାଇନାହିଁ।
ବାଲେଶ୍ୱର ଚାମ୍ବର ଅଫ ଇଣ୍ଡଷ୍ଟ୍ରି ଆଣ୍ଡ୍ କମର୍ସ (BCIC)  ନେତୃତ୍ୱରେ ୧୫ଟି ବ୍ୟବସାୟୀ ସଂଘ ଏକତ୍ରିତ ହୋଇ ଆଜିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟାରୁ ଦୋକାନବଜାର ବନ୍ଦ କରିବାକୁ ନିଷ୍ପତି ନେଇଥିଲେ। ହେଲେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ବିବୃତି ପ୍ରକାଶ ପାଇନାହିଁ। ତେବେ BCICର ଏ ନିଷ୍ପତିକୁ ଖୋଲାଖୋଲି ବିରୋଧ କରିଛି ଟେକ୍ସଟାଇଲ ସଂଘ । ଏପରିକି ଯଦିବି ଜିଲ୍ଲା ପ୍ରଶାସନ ବନ୍ଦ ସପକ୍ଷରେ ଯାଆନ୍ତି ତାହେଲେ ମଧ୍ୟ ସେମାନେ ବିରୋଧ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular