ମୁମ୍ବାଇ: ବଲିଉଡ ନିଦେ୍ର୍ଦଶକ ଅନୁରାଗ କଶ୍ୟପଙ୍କ ଅଡୁଆ ବଢିଛି । ଯୈ÷ାନ ନିର୍ଯ୍ୟାତନା ମାମଲାରେ ଗତକାଲି ତାଙ୍କୁ ମୁମ୍ବାଇ ପୋଲିସ୍ ସମନ ପଠାଇଥିଲା । ବର୍ତ୍ତମାନ ସମନ ମୁତାବକ ସେ ଜେରା ପାଇଁ ମୁମ୍ବାଇର ବର୍ସୋବା ଥାନାରେ ପହଞ୍ଚିଛନ୍ତି । ସୂଚନାମୁତାବକ, କିଛି ଦିନ ତଳେ ଅସଦାଚରଣ ଅବିଯୋଗ ଆଣି ଅନୁରାଗଙ୍କ ନାଁରେ ମାମଲା ରୁଜୁ କରିଥିଲେ ଅଭିନେତ୍ରୀ ପାୟଲ ଘୋଷ । ଅଭିନେତ୍ରୀଙ୍କୁ ଭୁଲ ଭାବେ ଅଟକ ରଖିବା, ଷଡଯନ୍ତ୍ର କରିବା ଏବଂ ଉଦେ୍ଦଶ୍ୟମୂଳକ ଭାବେ ଅପମାନିତ କରିବା ଅଭିଯୋଗରେ ମଧ୍ୟ ଏତଲା ରୁଜୁ କରିଥିଲେ ପାୟଲ । ଅଭିନେତ୍ରୀଙ୍କ ଓକିଲଙ୍କ କହିବା ମୁତାବକ, ଆଇପିସିର ଧାରା ୩୭୬, ୩୫୪,୩୪୧,୩୪୨ ଅଧୀନରେ ନିର୍ମାତାଙ୍କ ନାମରେ ଅଭିଯୋଗ ହୋଇଛି । ଆଇପିସିର ଧାରା ଅନୁଯାୟୀ ଏତଲା ରୁଜୁ ହେବା ସହ ପୀଡିତାଙ୍କ ବୟାନ ରେକର୍ଡ କରାଯାଉଛି । ଲିଖିତ ଅଭିଯୋଗ ପୂର୍ବରୁ ପାୟଲ ସୋସିଆଲ ମିଡିଆରେ ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇଥିଲେ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0