ଭୁବନେଶ୍ୱର: ଆଜି ବିଧାନସଭାରେ ବଲାଙ୍ଗୀରରେ କୋଭିଡ ସେଣ୍ଟରରେ ମହିଳା ଡାକ୍ତରଙ୍କୁ ଅସଦାଚାରଣ ପ୍ରସଙ୍ଗରେ ଉତ୍ତର ଲୋଡିଛନ୍ତି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର । ଗୃହରେ ନରସିଂହ ମିଶ୍ର କହିଛନ୍ତି ଯେ, ଏନେଇ ପୁଲିସ ଡିଜିଙ୍କୁ ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନାହିଁ। ନରସିଂହ ମିଶ୍ରଙ୍କୁ ଅଭିଯୋଗ ପରେ ଘଟଣାର ଅନୁଧ୍ୟାନ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।