spot_img

ଆସନ୍ତୁ ଜାଣିବା ଆଜି ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୧୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୮୫୯ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ
ଅନୁଗୁଳ ଜିଲ୍ଲାରୁ ୬ ଜଣ, ବାଲେଶ୍ୱର ୨୮ ଜଣ, ବରଗଡ ୧୨ ଜଣ, ଭଦ୍ରକ ୧୪ ଜଣ, ବଲାଙ୍ଗୀର ୨୪ ଜଣ, କଟକ ୭୨ ଜଣ, ଢେଙ୍କାନାଳ ୬ ଜଣ, ଗଜପତି ୨୩ ଜଣ, ଗଞ୍ଜାମ ୨୨୦ ଜଣ, ଜଗତସିଂହପୁର ୯ ଜଣ, ଯାଜପୁର ୧୦ ଜଣ, ଝାରସୁଗୁଡା ୨ଜଣ, କଳାହାଣ୍ଡି ୧୦ ଜଣ, କନ୍ଧମାଳ ୨୩ ଜଣ, କେନ୍ଦ୍ରାପଡା ୧୧ ଜଣ, କେନ୍ଦୁଝର ୧୦ ଜଣ, ଖୋର୍ଦ୍ଧା ୧୩୮ ଜଣ, କୋରାପୁଟ ୧୦ ଜଣ, ମାଲକାନ।ଗିରି ୧୧ ଜଣ, ମୟୁରଭଞ୍ଜ ୨୩ ଜଣ, ନବରଙ୍ଗପୁର ୫ ଜଣ, ନୟାଗଡ ୨୫ ଜଣ, ନୂଆପଡ଼ାରୁ ଜଣେ, ପୁରୀ ୫୭ ଜଣ, ରାୟଗଡା ୩୮ ଜଣ, ସମ୍ବଲପୁର ୨୨ ଜଣ, ସୁବର୍ଣ୍ଣପୁର ୮ ଜଣ, ବୌଦ୍ଧରୁ ଜଣେ, ସୁନ୍ଦରଗଡରୁ ୪୦ ଜଣଙ୍କ ମୃତ୍ୟୁ ହୋଇଛି ।
୨୯ ଜିଲ୍ଲାରୁ କରୋନା ମୃତକ ବାହାରିଥିବା ବେଳେ ଏଥିରୁ ବାଦ ପଡ଼ିଛି ଦେବଗଡ଼ ଜିଲ୍ଳା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular