ଭୁବନେଶ୍ୱର : ଗତ ୨୪ଘଣ୍ଟାରେ ପୁରୀରେ ୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ପୁରୀରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୧୦ ହଜାର୨ଶହ ୧୧ରେ ପହଞ୍ଚିଛି । ରାଜ୍ୟ ତାଲିକାରେ ପୁରୀ ଏବେ ଚତୁର୍ଥ ସ୍ଥାନରେ ରହିଛି। ଖୋର୍ଧା, କଟକକୁ ବାଦ୍ ଦେଲେ ପୁରୀ ଏବେ ରାଜ୍ୟର ଅନ୍ୟତମ ହଟସ୍ପଟ୍ ଜିଲ୍ଲା ପାଲଟିଛି। ବିଶେଷକରି ଚଳିତମାସ ଆରମ୍ଭରୁ ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ପୁରୀରୁ। କେବଳ ସଂକ୍ରମଣ ନୁହେଁ, ୫୭ ଜଣ ରୋଗୀ ପୁରୀ ଜିଲ୍ଲାରେ କରୋନାରେ ପ୍ରାଣ ହରାଇଛନ୍ତି।
ରାଜ୍ୟରେ ଏବେ କରୋନା ମିଟର ୩ ହଜାରରେ ସମୀତ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୯,୬୪୫ କୋଭିଡ୍ ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରେ ୩୬୧୫ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ସଂକ୍ରମଣ ୨ଲକ୍ଷ ୨୨ହଜାର ୭୩୪ରେ ପହଞ୍ଚିଛି। ତେବେ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବେଶ୍ ଭଲ ରହିଥିବାରୁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି। ଦିନିକିଆ କରୋନା ସଂକ୍ରମଣ ୪ହଜାର ତଳକୁ ଖସିଥିଲେ ହେଁ, ମୃତ୍ୟୁ ସଂଖ୍ୟା କମୁନାହିଁ। ଆଜି ୧୭ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0