ଭୁବନେଶ୍ୱର : ବିଧାନସଭା ଗେଟ ସମ୍ମୁଖରେ ଉତ୍ତେଜନା । ମାଆ ବେକରେ ଛୁରୀ ଲଗାଇଲା ପୁଅ । ବିଧାନସଭା ଚାଲିଥିବା ବେଳେ ମାଆକୁ ରାଜରାସ୍ତାରେ ମାରିଦେବାକୁ ଉଦ୍ୟମ କଲା ପୁଅ । ଦୀର୍ଘ ସମୟ ଧରି ହାଇଡ୍ରାମା ପରେ ପୁଅକୁ କାବୁ କରିବା ସହ ମାଆଙ୍କୁ ଉଦ୍ଧାର କରିଛି ପୁଲିସ୍ । ତେବେ ଯୁବକ ଜଣଙ୍କ କାହିଁକି ଏମିତି କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ସୁନତାମୁତାବକ, ଯୁବକ ଜଣକ ନୟାଗଡର ଜିତେନ୍ଦ୍ର ପାଳ ବୋଲି ଜଣାପଡିଛି । ଯୁବକ ଜଣକ ତାଙ୍କ ମାଆଙ୍କୁ ମେଡିକାଲ ଦେଖାଇବାକୁ ଆଣିଥିଲେ । ତେବେ ଆଜି ବିଧାନସଭା ଚାଲିଥିବା ବେଳେ ଗେଟ୍ ସାମ୍ନାରେ ଏପରି କାଣ୍ଡ କରି ସପୃକ୍ତ ଯୁବକ କିଛି ନେତା ମନ୍ତ୍ରୀଙ୍କ ନାଁ ନେଇ ଗାଳି ଦେଉଥିବାରୁ ଦେଖିବାକୁ ମିଳିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0