ପୂଞ୍ଚ: ଜାମ୍ମୁ-କାଶ୍ମୀରର ପୂଞ୍ଚ ଜିଲ୍ଲା ଅନ୍ତର୍ଗତ କୃଷ୍ଣ ଉପତ୍ୟକା ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଂଘନ କରାଯାଇଛି । ଏଥିରେ ଲାନ୍ସ ନାଏକ କର୍ଣ୍ଣେଲ ସିଂହ ନାମକ ଜଣେ ଜବାନ ସହିଦ ହୋଇଛନ୍ତି । ଜମ୍ମୁରେ ଥିବା ପିଆରଓ ପକ୍ଷରୁ ଏହା ସୂଚନା ଦିଆଯାଇଛି । ଗୋଟେ ପଟେ ଚୀନ ସହ ସୀମା ବିବାଦ ସମସ୍ୟା ଲାଗି ରହିଥିବାବେଳେ ଏପଟେ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲଂଘନ କରିଚାଲିଛି । ସୂଚନା ମୁତାବକ ବୁଧବାର ରାତି ୮.୩୦ରେ ପୂଞ୍ଚର କୃଷ୍ଣ ଉପତ୍ୟକାରେ ପାକିସ୍ତାନ ପକ୍ଷରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏହାପରେ ଭାରାତୀୟ ସେନା ଏହା କଡ଼ା ଜବାବ ଦେଇଥିଲା । ଏହି ସମୟରେ ଜଣେ ଜବାନ ସହିଦ ହୋଇଥିବା ଜଣାପଡ଼ିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0