spot_img

ନନ୍ଦନକାନନ ପାଇଁ ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସନ୍ତା ଅକ୍ଟୋବର ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ କରୋନା ବ୍ୟାଧି ସଂକ୍ରମଣ ପ୍ରତିଷେଧକ ସ୍ୱରୂପ ରାଜ୍ୟ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ଏଥି ପାଇଁ ଜାରି କରିଛନ୍ତି ସ୍ୱତନ୍ତ୍ର ଗାଇଡ୍ଲାଇନ୍ ମୁଖ୍ୟତଃ ପରିଦର୍ଶନ ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟାକୁ ସଙ୍କୁଚିତ କରି ଦିଆଯାଇଛି ଦୈନିକ ସର୍ବାଧିକ ୨୫୫୦ ପର୍ଯ୍ୟଟକଙ୍କୁ ଟିକଟ ବିକ୍ରି କରାଯିବ ମୁଖ୍ୟ ଚିଡ଼ିଆଖାନାକୁ ଦୈନିକ ୧୫୦୦ ଲୋକଙ୍କୁ ଛଡ଼ାଯିବ ବାକି କ୍ଷୁଦ୍ର ଚିଡ଼ିଆଖାନାକୁ ୭୫୦ ହରିଣ ପାର୍କକୁ ଦୈନିକ ୩୦୦ ଲୋକ ପରିଦର୍ଶନ କରିପାରିବେ

ମାସ୍କ ପିନ୍ଧିଥିବା ପର୍ଯ୍ୟଟକଙ୍କୁ ଭିତରକୁ ଛାଡ଼ିବା ବାରଣ କରାଯାଇଛି ବର୍ଷ ଶିଶୁ ଠାରୁ ଆରମ୍ଭ କରି ସମସ୍ତେ ନାକ ପାଟି ମାସ୍କରେ ଘୋଡ଼ାଇ ଭିତରେ ପ୍ରବେଶ କରିବେ ସେହିଭଳି ଥଣ୍ଡା, କାଶ ଜ୍ୱରରେ ପୀଡ଼ିତ ପର୍ଯ୍ୟଟକଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି ପ୍ରବେଶ ପଥରେ ସ୍କ୍ରିନିଂ କରି ଲୋକଙ୍କୁ ଭିତରକୁ ଛାଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି ବରିଷ୍ଠ ନାଗରିକ ନବଜାତଙ୍କୁ ପରିଦର୍ଶନ ପାଇଁ ଆଣିବାକୁ ପରାମର୍ଶ ଦିଆଯାଇଛି ପ୍ରବେଶ ପଥ ନିକଟରେ ସ୍ୱତନ୍ତ୍ର ଭାବେ ନିର୍ମିତ ଔଷଧୀୟ ମ୍ୟାଟ ଉପରେ ଚାଲି ପର୍ଯ୍ୟଟକଗଣ ଭିତରକୁ ଯିବେ ସେଠାରେ ସମ୍ପୂର୍ଣ୍ଣ ଶରୀର ସାନିଟାଇଜ କରିବା ବ୍ୟବସ୍ଥା କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଉଦ୍ୟାନ ଭିତରେ ଛେପ ପକାଇବା, ପାନ ଗୁଟୁଖା ଖାଇବା, ଧୂମପାନକୁ ବାରଣ କରାଯାଇଛି

ପର୍ଯ୍ୟଟକ ଚିଡ଼ିଆଖାନା କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ରହିବା ଆବଶ୍ୟକ ଚିଡ଼ିଆଖାନା ଭିତରେ ଥିବା ରେଷ୍ଟ୍ରୁରାଣ୍ଟରେ ସାମାଜିକ ଦୂରତା ରଖି ସହିତ ଖାଦ୍ୟଯୋଗାଣ ହେବ ଖାଦ୍ୟଯୋଗାଣରେ କୌଣସି ବାସନକୁସନ ବ୍ୟବହାର ହେବନି ବିଶ୍ରାମ ପାଇଁ ଉଦ୍ଦିଷ୍ଟ ବେଞ୍ଚର ମଝି ସିଟ୍ରେ ଛକି ଚିହ୍ନ ପଡ଼ିବ ଅର୍ଥାତ୍ବେଞ୍ଚରେ ୨ଜଣରୁ ଅଧିକ ବସିବେ ନାହିଁ ପରିଦର୍ଶକମାନେ ସାଙ୍ଗରେ ପିଇବା ପାଣି ଆଣିପାରିବେ କିନ୍ତୁ କୌଣସି ଖାଦ୍ୟ ପଦାର୍ଥ ନଆଣିବାକୁ ପରାମର୍ଶ ଦିଆଯାଇଛି କକ୍ଷ ଭିତରେ ଥିବା ପରିଦର୍ଶନ ସ୍ଥାନ ଭାବେ ଆକ୍ୱାରିୟମ, ଲାଇବ୍ରେରୀ, ଅନ୍ଧାରରେ ରହୁଥିବା ଜୀବଙ୍କ ଘର, ବାରଣ୍ଡା ଭିତରେ ଲୋକଙ୍କ ସଂଖ୍ୟା ନିୟନ୍ତ୍ରଣ କରାଯିବ ସର୍ବୋପରି ପ୍ରାଣୀ ଉଦ୍ୟାନ ପରିସରରେ ବଣଭୋଜି ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି ଏହି ଗାଇଡ଼୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି ଏହି ଗାଇଡ଼ଲାଇନ୍ରାଜ୍ୟରେ ଥିବା ସମସ୍ତ ହରିଣ ପାର୍କରେ ମଧ୍ୟ ଲାଗୁ ହେବ

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular