spot_img

ଜାତିର ପିତାଙ୍କ ଜନ୍ମଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ଜନ୍ମଦିନ । ଆଜି ରାଜଘାଟରେ ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହା ସହ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ସେଠାରେ ଏକ ଭଜନ ସମାରୋହର ମଧ୍ୟ ଆୟୋଜନ କରି୍‌ଥିବା ଜଣାପଡ଼ିଛି । ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟ୍ୱିଟ୍ କରି ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେଥିରେ ସେ ଲେଖିଥିଲେ କି , ଗାନ୍ଧୀ ଜୟନ୍ତୀ ଅବସରରେ ଆମେ ପ୍ରିୟ ବାପୁଙ୍କୁ ପ୍ରଣାମ ଜଣାଉଛୁ । ତାଙ୍କ ଜୀବନ ଏବଂ ତାଙ୍କ ମହାନ ଚିନ୍ତଧାରାରୁ ଅନେକ କିଛି ଶିଖିବାର ଅଛି । ବାପୁଙ୍କ ଆଦର୍ଶ ଆମକୁ ଏକ ସମୃଦ୍ଧ ତଥା କରୁଣାମୟ ଭାରତ ସୃଷ୍ଟି କରିବାରେ ମାର୍ଗଦର୍ଶକ ହେବ ।

ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ।ରାମନାଥ କୋବିନ୍ଦ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବିଶିଷ୍ଟ ନେତା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ସହ ମୋଦୀ ବିଜୟ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆଜି ଶାସ୍ତ୍ରୀଜୀଙ୍କର ୧୧୬ତମ ଜନ୍ମଦିବସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular