ନବରଙ୍ଗପୁର : ଆଦିବାସୀ ଯୁବତୀଙ୍କୁ ଅପହରଣ ଅଭିଯୋଗ । ଏ ନେଇ ୨ ଦିନ ତଳେ ନବରଙ୍ଗପୁର ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା। ଅପହରଣ ଘଟଣାକୁ ଦୁଇଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି। ବର୍ତ୍ତମାନ ପରିବାର ଭିତରେ କାନ୍ଦ ବୋବାଳି ପଡିଛି।
ନବରଙ୍ଗପୁର ଜିଲ୍ଲା ଡ଼ଙ୍ଗରଭେଜା ଫାଣ୍ଡି ଅନ୍ତର୍ଗତ ସିନ୍ଧିଗୁଡା ପଞ୍ଚାୟତର ବେଲଗାଁର ଲଳିତା ସୌରାଙ୍କ ପରିବାର ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଘଟଣା ଅନୁସାରେ ଅପହୃତ ଯୁବତୀ ରଶ୍ମିତା ସୌରା ଓ ତାଙ୍କ ସାଙ୍ଗ ଭାଗ୍ୟ ପାଇକଙ୍କ ପାଠ ଶେଷ ପରେ ଅର୍ଥାତ ଗ୍ରାଜୁଏସନ କରିବା ପରେ ଗାଁ ନିକଟରେ ଥିବା ଏକ ଏନଜିଓ ସଂସ୍ଥାରେ କାମ କରୁଥିଲେ। ଗତ ୨ ଦିନ ତଳେ ଅଫିସ୍ କାମ ସାରି ଚାଲି ଚାଲି ଘରକୁ ଫେରିବା ସମୟରେ ତାଙ୍କୁ ୩ ଦୃର୍ବତ୍ତ ଅପହରଣ କରି ନେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।
ତାଙ୍କ ସାଙ୍ଗ ଭାଗ୍ୟ ପାଇକଙ୍କ କହିବା ଅନୁସାରେ ଚାରି ଚକିଆ ଗାଡିରେ ୩ ଜଣ ବ୍ୟକ୍ତି ଆସି ତାଙ୍କୁ ଜବରଦସ୍ତ ଗାଡିରେ ବସାଇ ନେଇଗଲେ। ବହୁ ଖୋଜାଖୋଜି ପରେ, ପରିବାର ଲୋକେ ପ୍ରଥମେ ଡଙ୍ଗରଭେଜା ଫାଣ୍ଡିରେ ଝିଅର ଅପହରଣ ହୋଇଥିବା ନେଇ ଏକ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ ନବରଙ୍ଗପୁର ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ଅପହରଣକୁ ୨ ଦିନ ବିତିଯାଇଥିଲେ ମଧ୍ୟ ଯୁବତୀଙ୍କ ପତ୍ତା ମିଳି ନାହିଁ। କାହା ସହ ଯୁବତୀଙ୍କ ପ୍ରେମ ସଂପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି, ଅନ୍ୟପଟେ ଏକତରଫା ପ୍ରେମକୁ କେନ୍ଦ୍ର କରି କିଏ ଏଭଳି କରିଥାଇ ପାରେ ବୋଲି ମଧ୍ୟ କୁହାଯାଉଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0