spot_img

ରାହୁଲ ଗାନ୍ଧିଙ୍କୁ ପୁଲିସର ଦୁର୍ବ୍ୟବହାରକୁ ନେଇ ପ୍ରତିକ୍ରିୟା ରଖଲେ ସଞ୍ଜୟ ରାଉତ

ମୁମ୍ବାଇ: ଉତ୍ତରପ୍ରଦେଶର ହାଥରସଠାରେ ଘଟିଥିବା ଗଣଦୁଷ୍କର୍ମ ପରେ ସାରା ଦେଶରେ ମହିଳା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ଉତ୍ତରପ୍ରଦେଶ ପୁଲିସ ରାହଲଙ୍କୁ ଦୁର୍ବ୍ୟବହାର କରିଥିଲା । ତେବେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଏହାକୁ ତୀବ୍ର ନିନ୍ଦା କରିଛନ୍ତି ।

ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ରାହୁଲ ଜଣେ ଜାତୀୟ ନେତା । ଆମର କଂଗେସ ସହିତ ମତଭେଦ ହୋଇପାରେ କିନ୍ତୁୁ ଜଣେ ଜାତୀୟ ନେତାଙ୍କ ସହ ପୁଲିସର ଏପରି ଦୁର୍ବ୍ୟବହାରକୁ କେହି ସମର୍ଥନ କରିବେ ନାହିଁ । ଦେଶର ଗୋଟିଏ ସର୍ବପୁରାତନ ଦଳର ନେତାଙ୍କ କଲର ଧରି ପରବର୍ତ୍ତୀ ସମୟରେ ପୁଲିସ ତାଙ୍କୁ ତଳେ ପକାଇଦେବା ଅତି ନିନ୍ଦାର ବିଷୟ । ତେବେ ଜଣେ ଜାତୀୟ ନେତା ସହ ଏପରି ବ୍ୟବହାର କରିବା ଦେଶର ଗଣତନ୍ତ୍ର ଉପରେ ଗଣଦୁଷ୍କର୍ମ ସହ ସମାନ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular