ମୟୁରଭଞ୍ଜ : ଦିନ ଗଡୁଛି, ସମୟ ବି ବଦଳୁଛି । ହେଲେ ଆଜି ବି ଅନେକ ସ୍ଥାନ ରହିଛି ଯେଉଁଠି ଅନ୍ଧବିଶ୍ୱାସ ରାଜୁତି ବଢିଛି । ଆଉ ଏହି ଅନ୍ଧବିଶ୍ୱାରର ଶିକାର ହୋଇ କୁନି କୁନି ଛୁଆଙ୍କ ଜୀବନ ଚାଲିଯାଉଛି । ଆଜି ସେମିତି ଏକ ଖବର ଆସିଛି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ବଡଜଇଦାନପୋଷି ଗାଁରୁ । ଏଠାରେ ଚେଙ୍କ ଚିକିତ୍ସାର ଶିକାର ହୋଇ ପ୍ରାଣ ହାରିଛି ଏକ ୨୭ ଦିନର ଶିଶୁ ।
ସୂଚନା ଅନୁସାରେ ଗାଁର ମୁନି ମାଝିଙ୍କ ସ୍ତ୍ରୀ କର୍ମୀ ମାଝୀ ବାଦାମପାହାଡ ଡାକ୍ତରଖାନାରେ ଗତମାସ ୪ ତାରିଖରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପରେ ଶିଶୁଟିର ବହୁତ ଜୋରରେ କାନ୍ଦୁଥିଲା । ତେବେ ପିଲାଟିର ପେଟରେ ଯନ୍ତ୍ରଣା ଯୋଗୁ ସେ କାନ୍ଦୁଥିବା ଅନୁମାନ କରି ପରିବାର ଲୋକ ତାକୁ ସେହି ବଡଜଇଦାନପୋଷି ଗାଁର ବୀଜ ମାଝି ନାମକ ମହିଳାଙ୍କୁ ଜଣାଇଥିଲେ । ମହିଳା ଦିଶାରୀ ଜଣଙ୍କ ଛୁଆର ପେଟରେ ଧାନକଟା ଦାଆକୁ ଗରମ କରି ଚେଙ୍କ ଦେଇଥିଲା । ପ୍ରାୟ ୧୨ଟି ଚେଙ୍କ ଦେବା ପରେ ଶିଶୁର ଅବସ୍ଥା ଗୁରୁତର ହୋଇ ପଡିଥିଲା । ପରେ ଶିଶୁଟିକୁ ବାଦାମପାହାଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରେ ରାଇରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ସେଠାରେ ତାର ମୃତ୍ୟୁ ହୋଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0