ଭୁବନେଶ୍ବର :ଦିନ ଦିପହରେ ରାଜଧାନୀରେ ବେଧଡ଼କ ଚାଲୁଛି ନିଶାକାରବାର । ଭୁବନେଶ୍ବର ଏୟାରଫିଲ୍ଡ ଥାନା ହାଇଟେକ୍ ଅଞ୍ଚଳ ଓରକଳ ଗାଁରେ ଅବକାରୀ ବିଭାଗର ଚଢ଼ାଉ। ଅବକାରୀ ବିଭାଗ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି। ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ କାରବାର ସେଠାରେ ଚାଲୁଥିଲା। ଏହାସହ ବେଆଇନ ଭାବେ ମଦ ବିକ୍ରି କରିବା ଅଭିଯୋଗରେ ଦିନବନ୍ଧୁ ଜେନା ଓରଫ୍ ଚିଣ୍ଟୁକୁ ପୋଲିସ୍ ଗିରଫ କରିଛି।
ଏହାସହ ଏୟାରଫିଲ୍ଡ ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ବର୍ତ୍ତମାନ କରୋନା ଭଳି ମହାମାରୀ ସମୟରେ ରାଜଧାନୀବାସୀ ଭୟଭୀତ ଅଛନ୍ତି। ସହର କୁହନ୍ତୁ କିମ୍ବା ବସ୍ତି, ସବୁଆଡ଼େ କାମଧନ୍ଦା ବନ୍ଦ ରହିଛି। ଏହା ମଧ୍ୟରେ ବସ୍ତିରେ ମଦ ବିକ୍ରି କରିବା ଯୋଗୁଁ ନିଶାଖୋର ବ୍ୟକ୍ତିମାନେ ମଦ ପିଇ ଟଙ୍କା–ପଇସା ବର୍ବାଦ କରୁଛନ୍ତି। ଅଭାବ ଅନଟନ ବେଳେ ମଦ ବ୍ୟବସାୟୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଦିନକୁ ଦିନ ରାଜଧାନୀରେ ନିଶାକାର ବଢ଼ିବାରେ ଲାଗିଛି। ଅବକାରୀ ବିଭାଗ ମଧ୍ୟ ଚଢ଼ାଉ କରୁଛି, ପୋଲିସ୍ ମଧ୍ୟ ମଦ ବ୍ୟବସାୟୀଙ୍କୁ ଗିରଫ କରୁଛି।ହେଲେ ପୂର୍ବଭଳି ଯାହାକୁ ସେୟା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0