spot_img

ହସ୍ପିଟାଲ ଗଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଗତକାଲି କରୋନା ଆକ୍ରାନ୍ତ ହୋଇଥିବା ନେଇ ଟ୍ୱିଟ କରି ସୂଚନା ଦେଇଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏବେ ଡୋନାଲ୍ଡ ଟ୍ରମ୍ପଙ୍କୁ ଆର୍ମି ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି । ଆମେରିକାର ୱାଲଟର ରିଡ ମିଲିଟାରୀ ମେଡିକାଲ ସେଣ୍ଟରରେ ତାଙ୍କୁ କରୋନାର ପ୍ରାଥମିକ ଚିକିତ୍ସା ଦିଆଯାଉଥିବା ଜଣାପଡ଼ିଛି । ତେବେ ସେ ହ୍ୱାଇଟ ହାଉସ ଛାଡ଼ିବା ପୂର୍ବରୁ ଏକ ଭିଡିଓ ମେସେଜ୍ ଜାରି କରିଥିଲେ । ଯେଉଁଥିରେ ସେ ସୁସ୍ଥ ଥିବା କହିଛନ୍ତି । ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଥମେ ଆଇସୋଲେସନରେ ଥିଲେ ତେବେ ଡାକ୍ତରଙ୍କ ପରାମର୍ଶ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଆର୍ମି ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । କରୋନାର ଚିକିତ୍ସା ପାଇଁ ସେ ଆସନ୍ତା କିଛି ଦିନ ୱାଲଟର ରିଡ ଆର୍ମି ହସ୍ପିଟାଲରେ ବିତାଇବେ ବୋଲି ସୂଚନା ମିଳିଛି । ତେବେ ୱାଲଟର ରିଡ ଆର୍ମି ହସ୍ପିଟାଲରୁ ସେ କାମ କରିବା ଜାରି ରଖିବେ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular