spot_img

କନ୍ଧମାଳ ଜିଲ୍ଲାରେ କରୋନା ପ୍ରକୋପ, ବ୍ୟବସାୟୀ ସଂଘ ତରଫରୁ ୪୮ ଘଣ୍ଟିଆ ବନ୍ଦ 

କନ୍ଧମାଳ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ୟବସାୟୀ ସଂଘ ତରଫରୁ ୪୮ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। କନ୍ଧମାଳ ଜିଲ୍ଲାରେ କରୋନା ପ୍ରକୋପ ଯୋଗୁଁ ଜି ଉଦୟଗିରିରେ ବନ୍ଦ କରାଯାଇଛି।

ଦୋକାନ ବଜାର ବନ୍ଦ ସହ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ଅନୁରୋଧ କରାଯାଇଛି । ଆସନ୍ତା ସୋମବାର ଠାରୁ ଦୋକାନ ବଜାର ସକାଳ ୭ଟାରୁ ଅପରାହ୍ନ ୪ ଟା ଯାଏଁ ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଜି ଉଦୟଗିରି ବିଜ୍ଞପିତ ଅଞ୍ଚଳ ଓ ବ୍ଲକ ରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ବେଳେ ବହୁ ବ୍ୟବସାୟୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular