ଗଞ୍ଜାମ : ଯେଉଁ ମା’ ୧୦ ମାସ ୧୦ ଦିନ କାଳ ଗର୍ଭରେ ରଖି କଷ୍ଟ ସହି ସନ୍ତାନଙ୍କୁ ଜନ୍ମ ଦେଲା ପରେ ବୟସର ସାୟାହ୍ନରେ ଆଜି ଅଲୋଡ଼ା ପାଲଟି ଯାଇଛି। ଚାରି ପୁଅର ଜନନୀ ହୋଇ ମଧ୍ୟ ୮୦ ବର୍ଷ ବୟସ୍କା ବୃଦ୍ଧା ମା’ ଦାଣ୍ଡରେ ପଡିରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତୁମ୍ବା ଗ୍ରାମରେ ।
ସୂଚନାଯୋଗ୍ୟ ଯେ, ତୁମ୍ବା ଗ୍ରାମର ବାଇ ପାଢ଼ୀଙ୍କ ଚାରି ପୁଅ । ସେମାନଙ୍କ ମଧ୍ୟରୁ ଦୁଇ ପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ପୁଅ ମାକୁ ମାସେ ଲେଖାଏଁ ରଖିବା ପାଇଁ ସ୍ଥିର କରିଥିଲେ । ପୂର୍ଣ୍ଣିମାକୁ ଅବଧି ଶେଷର ନିୟମ ରଖିଥିଲେ । କିନ୍ତୁ ଚଳିତବର୍ଷ ଯୋଡ଼ା ଆଶ୍ବିନ ମାସ ପଡ଼ିଛି । ତେବେ ଯୋଡ଼ା ଆଶ୍ୱିନ ମାସ ବୃଦ୍ଧା ମା କୁ ରଖିବାକୁ କେହି ରାଜି ହେଉନାହାନ୍ତି । ଫଳରେ ବୃଦ୍ଧା ଜଣଙ୍କ ଶୁକ୍ରବାର ସନ୍ଧ୍ୟା ୬ଟା ସମୟରୁ ରାଜରାସ୍ତାରେ ପଡି ରହିଥିଲେ । ରାତିରେ ଗ୍ରାମବାସୀ ହସ୍ତକ୍ଷେପ କରିଥିଲେ ।
ପୁଅ ଓ ବୋହୂଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ଥିବା ବେଳେ କେହି ହେଲେ ଏହି ମାସରେ ମାକୁ ରଖିବାକୁ ରାଜି ହେଉନଥିବାରୁ ପୁଅ ଜନ୍ମ କରିବା ମା ପାଇଁ ଅଭିଶାପ ପାଲଟିଛି । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି । ତେଣୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।



Visitors Today : 2
Total Visitors : 130537
Total Views : 9892086
Visitors Online Now : 0