ଭୁବନେଶ୍ୱର: ରାଜଧାନୀରେ ଦିନ ଦ୍ୱିପ୍ରହରରେ ହତ୍ୟା କାଣ୍ଡ । ପୂର୍ବ ଶତ୍ରୁତାକୁ କନ୍ଦ୍ର କରି ହତ୍ୟା ହୋଇଥିବା ଅଭିଯୋଗ ହୋଇଛି । ସାମନ୍ତରାପୁରରେ ମିଠା ଦୋକାନୀକୁ ହତ୍ୟା ଅଭିଯୋଗ । ମୃତକଙ୍କ ନାମ ହେଉଛି ଶମ୍ଭୁନାଥ । କିଛି ଦୁର୍ବୃତ୍ତ ତାଙ୍କ ବେକକୁ ହାଣୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକୁ ନେଇ ପ୍ରତିବାଦରେ ସାମନ୍ତରାପୁରରେ ପୋଡ଼ା ଜଳା । ପୁରୀ ଯାଉଥିବା ରାସ୍ତାକୁ ଟାୟାର ଜାଳି ବନ୍ଦ କରିଛନ୍ତି ସ୍ଥାନୀୟ ଲୋକେ ।
ଘଟଣା ସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ତାର ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବା ପାଇଁ ପ୍ରତିବାଦରେ ମୃତ ଦେହକୁ ରାସ୍ତା ଉପରେ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ । ପରିବାର ଲୋକଙ୍କ କହିବା ଅନୁଯାୟୀ ଶମ୍ଭୁକୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ଦୁର୍ବୃତ୍ତ । ତେବେ ଯେଉଁମାନଙ୍କ ନାମରେ ପରିବାର ଲୋକେ ଅଭିଯୋଗ କରିଛନ୍ତି ସେମାନେ ଏବେ ଫେରାର ରହିଛନ୍ତି ।



Visitors Today : 0
Total Visitors : 130224
Total Views : 9891699
Visitors Online Now : 0