spot_img

ଡିଜିପି ଅଭୟଙ୍କ ଢେଙ୍କାନାଳ ଗସ୍ତ, ମୃତ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ଭେଟିଲେ

ଢେଙ୍କାନାଳ : ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ଢେଙ୍କାନାଳ ଜିଲ୍ଲାକୁ ଗସ୍ତ କରିଛନ୍ତି । ଏହି ଗସ୍ତ ଅବସରରରେ ଡିଜିପି ଢେଙ୍କାନାଳ ଟାଉନ ଥାନା ଓ ସଦର ଥାନା ପରିଦର୍ଶନ କରିବା ସହ ଏହି ମହାମାରୀ କୋଭିଡ୍ ସମୟରେ ନିଜକୁ ସୁରକ୍ଷିତ ରଖି ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବାକୁ ଯତ୍ନବାନ ରହିବାକୁ ପରାମର୍ଶ ଦେଇଥିଲେ ।

ଏହାପରେ ରିଜର୍ଭ କଲୋନୀ ଯାଇ କରୋନାରେ ମୃତ୍ୟୁ ହୋଇଥିବା କରୋନା ଯୋଦ୍ଧା ଢେଙ୍କାନାଳ ରିଜର୍ଭ ପୋଲିସର ଡ୍ରିଲ ସବ୍ ଇନ୍ସପେକ୍ଟର ସ୍ବର୍ଗତ ପ୍ରାଣବନ୍ଧୁ ସେଠୀଙ୍କ ପରିବାରକୁ ଭେଟିଥିଲେ । ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଭଲମନ୍ଦ ପଚାରି ବୁଝିଥିବା ଜଣାପଡିଛି ।

 

 

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular