ଭୁବନେଶ୍ୱର : ଗତକାଲି ସାମନ୍ତରାପୁର ଛକରେ ଘଟିଥିଲା ହତ୍ୟା ଘଟଣା । ସ୍ୱାମଙ୍କ ରକ୍ତ ଜୁଡୁବୁଡୁ ମରଶରୀରକୁ କୋଳରେ ଧରି ବାହୁନି ହେଉଥିଲେ ଶମ୍ଭୁଙ୍କ ସ୍ତ୍ରୀ ମିନତୀ । ପୂର୍ବରୁ ବାରମ୍ବାର ଦୋକାନକୁ ଆସି ମିଠା ଫିଙ୍ଗାଫୋଫଡା କରୁଥିଲେ। ଅଞ୍ଚଳ ଛାଡି଼ ପଳାଅ, ନହେଲେ ମାରିଦେବୁ ବୋଲି ଧମକାଉଥିଲେ। ଥରେ ନୁହେଁକି ଦୁଇଥର ନୁହେଁ , ବରଂ ଏନେଇ ୫-୬ ଥର ଥାନାରେ ଅଭିଯୋଗ କରିଛୁ। ସୁରକ୍ଷା ମାଗିଛୁ । ଶେଷରେ ମତେ ଏମିତି ନ୍ୟାୟ ଦେଲ ବାବୁ? ଲୁଚିଛପି ନୁହେଁ, ଖୁଲମ୍ଖୁଲା ସେମାନେ ମୋ ସ୍ୱାମୀକୁ ହାଣିଦେଲେ। ମୋ ପିଲାଛୁଆ ସଂସାର ଭାସିଗଲା। ୨ ଛୋଟ ଝିଅଙ୍କୁ ନେଇ ଏବେ କୁଆଡ଼େ ଯିବି? । ପୋଲିସ ବାବୁ ମୋ ଗୁହାରୀ ଶୁଣିଲେନି । ଯାହାଫଳରେ କି ମୋ ସଂସାର ଉଜୁଡିଗଲା ବୋଲି କହିଛନ୍ତି ମିନତୀ । ମଝିରେ ମଝିରେ ରାସ୍ତାରେ ମୁଣ୍ଡକୁ ପିଟୁଥିଲେ। ଆଉ କାନ୍ଦିକି କହୁଥିଲେ, ମୋ ଧନର କିଛି ହୋଇନି। ସେ ଶୋଇଛି। ମୋ ଧନ ଫେରିକି ଆସିବ।
ଆରପାରିକୁ ଚାଲିଯାଇଥିବା ଶମ୍ଭୁଙ୍କ ଦୁର୍ବୃତ୍ତମାନେ ତାଙ୍କ ବେକକୁ ହାଣି ପକାଇଥିଲେ। ଦୁର୍ବୃତ୍ତଙ୍କଠାରୁ ବଞ୍ଚିବା ପାଇଁ ଜମ୍ଭୁ ରାସ୍ତାରେ ଇଆଡେ ସିଆଡେ ଧାଇଁଥିଲେ। ୟା ତା’ ପାଖକୁ ଯାଇ ରକ୍ଷା କରିବାକୁ ଗୁହାରି ହୋଇଥିଲେ । କିନ୍ତୁ କେହି ଶୁଣିଲେନି । ଶେଷରେ ରାସ୍ତା ମଝିରେ ଟଳିପଡି଼ଲେ। ଭୁବନେଶ୍ୱର-ପୁରୀ ରାସ୍ତା ମଝିରେ ପଡି଼ଥିଲା ଶମ୍ଭୁଙ୍କ ରକ୍ତାକ୍ତ ମର ଶରୀର । ଶବ ଚାରିପାଖେ ରକ୍ତ ବିଛାଇ ହୋଇଯାଇଥିଲା । ବର୍ଷା ପାଣି ସହ ମିଶି ଯାଇଥିଲା । ଏହି ରାସ୍ତା ଦେଇ ଯିଏ ଯାଉଥିଲା, ଶମ୍ଭୁଙ୍କ ପତ୍ନୀଙ୍କ କୋହଭରା କଣ୍ଠସ୍ୱର ଶୁଣି ଅଟକି ଯାଉଥିଲା । ସ୍ୱାମୀଙ୍କୁ ହରାଇଥିବା ଜଣେ ସ୍ତ୍ରୀର ରାସ୍ତା ମଝିରେ ଏଭଳି କରୁଣ ଦୃଶ୍ୟ ବେଶ୍ ହୃଦୟ ବିଦାରକ ଥିଲା। ଶମ୍ଭୁଙ୍କ ଦୁଇ ଝିଅ । ଜଣେ ଅଷ୍ଟମ ଓ ଜଣେ ଦଶମ ଶ୍ରେଣୀରେ ପଢ଼ୁଛନ୍ତି । ଶମ୍ଭୁଙ୍କ ମିଠା ଦୋକାନରୁ ହିଁ ସେମାନଙ୍କ ପରିବାର ଚଳୁଥିଲା । ଶମ୍ଭୁଙ୍କ ହତ୍ୟା ପରେ ଏବେ ସେମାନଙ୍କ ପରିବାର ଭରଣପୋଷଣ ଚିନ୍ତା ବଢ଼ିଛି।



Visitors Today : 2
Total Visitors : 130212
Total Views : 9891682
Visitors Online Now : 0