spot_img

ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ବିଧାୟକଙ୍କ ନାଁରେ ଆସିଲା ଏତଲା

ଗତକାଲି ପୁରୀ ସ୍ୱର୍ଗଦ୍ୱାରରେ ପୂର୍ବତନ ମନ୍ତ୍ରୀ ତଥା ପିପିଲିର ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସଂସ୍କାରରେ ଶହ ଶହ ଲୋକଙ୍କ ଭିଡ ନେଇ ପୁରୀ ଥାନାରେ ଏତଲା କରିଛି ଜଗନ୍ନାଥ ସେନା । ପୁରୀ ସମୁଦ୍ରକୂଳ ଥାନାରେ ଏନେଇ ଏତଲା ଦେଇଛନ୍ତି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଏହି ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେଇ ବିଧାୟକ ପ୍ରଦୀପ ମହାରଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ବିଧାୟକ ଉମା ସାମନ୍ତରାୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସଂକ୍ରମିତ ବ୍ୟକ୍ତି କିପରି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଅଭିଯୋଗ ଆଣି ପ୍ରଶ୍ନ ଉଠାଇଛି ଜଗନ୍ନାଥ ସେନା । ସେନା ଅଭିଯୋଗ କରିଛି ବିଧାୟକ ଉମା ସାମନ୍ତରାୟ ନିକଟରେ କରୋନା ସଂକ୍ରମିତ ହୋଇଥିଲେ । ମନ୍ତ୍ରୀ ସମୀର ଦାଶଙ୍କର ମଧ୍ୟ ପଜିଟିଭ୍ ଆସିଥିଲା ବୋଲି ଅଭିଯୋଗ କରିଛନ୍ତି ପ୍ରିୟଦର୍ଶନ ପଟ୍ଟନାୟକ । ସରକାର କରୋନା କାଳରେ ଅନ୍ତିମ ସଂସ୍କାର ପାଇଁ ସୀମିତ ଲୋକଙ୍କ ସମାଗମ ନେଇ ନିୟମ ରଖିଛନ୍ତି । ଏହା ପରେ ବି କିପରି ଏତେ ସଂଖ୍ୟାରେ ଜନଗହଳି ହେଲା ଓ ପ୍ରଶାସନ ନୀରବ ରହିଲା ସେନା ଏନେଇ ଅଭିଯୋଗ କରିଛି । କରୋନା କାଳରେ ଅନ୍ତିମ ସଂସ୍କାରରେ ସୀମିତ ଲୋକଙ୍କ ସାମିଲ ହେବା ନେଇ ସରକାର ନିୟମ କରିଛନ୍ତି । ଏହି ନିୟମ ଉଲଂଘନକାରୀଙ୍କୁ ଗିରଫ କରିବାକୁ ଦାବି କରିଛି ଜଗନ୍ନାଥ ସେନା । ସେପଟେ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସମୀରଦାଶ । ମୁଁ ସରକାରଙ୍କ କୋଭିଡ ନିୟମ ଉଲଂଘନ କରିନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular