ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ତିନି ମାସ ପୁରିଗଲାଣି । ମାତ୍ର ଚର୍ଚ୍ଚା ଏଯାଏଁ ଥମିନାହିଁ । ନିକଟରେ ଏମ୍ସ ଡାକ୍ତରୀ ପ୍ୟାନେଲ ଅଭିନେତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା କହିଥିବା ବେଳେ ହତ୍ୟା ଆଶଙ୍କାକୁ ଖାରଜ୍ କରିଦେଇଛି । ମାତ୍ର ଏବେ ଡାକ୍ତର ସୁଧୀର ଗୁପ୍ତାଙ୍କ ଏକ ଅଡିଓ କ୍ଲିପ୍ ଲିକ୍ ହୋଇଛି, ଯେଉଁଥିରେ ସେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି । ଜାତୀୟ ଗଣମାଧ୍ୟମରେ ଏହି କ୍ଲିପ ପ୍ରକାଶ ପାଇଛି । ଏହି ଅଡିଓ କ୍ଲିପ୍ ରେ ଡାକ୍ତର ସୁଧୀର ଗୁପ୍ତା ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଦୃଢୋକ୍ତି ଦେଇଛନ୍ତି । ସୁଶାନ୍ତ ମୃତ୍ୟୁ ପରେ ତାଙ୍କ ମୃତଦେହର ଫଟୋ ଦେଖି ୨୦୦ ପ୍ରତିଶତ ଏହା ହତ୍ୟା ମାମଲା ବୋଲି ଡା.ଗୁପ୍ତା ବୟାନ ଦେଇଛନ୍ତି । ହେଲେ ପରବର୍ତ୍ତୀ ସମୟରେ ତାଙ୍କର ବୟାନ ବଦଳିଯାଇଛି । ନିକଟରେ ଏମ୍ସ ପ୍ୟାନେଲ ରିପୋର୍ଟ ସମ୍ପୂର୍ଣ୍ଣ ମାମଲାକୁ ଭିନ୍ନ ଦିଗକୁ ନେଇଯାଇଛି । ରିପୋର୍ଟରେ ସୁଶାନ୍ତଙ୍କ ହତ୍ୟା ଦାବିକୁ ଖାରଜ କରାଯାଇଛି । ଏହି ପରିପ୍ରେକ୍ଷୀରେ ଡା. ଗୁପ୍ତା କହିଛନ୍ତି, ଆମେ ସୁଶାନ୍ତଙ୍କ ଫରେନସିକ୍ ତଦନ୍ତ ଶେଷ କରି ରିପୋର୍ଟ ପ୍ରସ୍ତୁତ କରିଛୁ । ଫାଶୀ ବ୍ୟତୀତ ତାଙ୍କ ଶରୀରରେ କୈାଣସି ପ୍ରକାର କ୍ଷତ,ଆଘାତ ନାହିଁ । ଏପରିକି ସୁଶାନ୍ତଙ୍କ ଶରୀର ଏବଂ ପୋଷାକରେ କୌଣସି ସଂଘର୍ଷର ଚିହ୍ନ ମଧ୍ୟ ମିଳିନାହିଁ ବୋଲି ସେ କହିଛନ୍ତି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0