ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନେମାଳ ଥାନା ନିକଟରେ ଥିବା ନଗସପୁର-ପୁନ୍ଦାଳ କେନାଲରେ ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ନେମାଳ ପୋଲିସ ପହଞ୍ଚି କାର୍କୁ ଉଦ୍ଧାର କରିଛନ୍ତି ।
ଖବର ଅନୁଯାୟୀ, ରବିବାର ଦିନ ବିଳମ୍ବିତ ରାତିରେ ନଗସପୁର-ପୁନ୍ଦାଳ କେନାଲର ଏକ ପୋଲ ନିକଟରେ କାରଟି କେନାଲ ଭିତରକୁ ଖସି ପଡ଼ିଥିଲା। ପାଣିରେ ପଡିଯିବାରୁ ଡ୍ରାଇଭର କାର ଭିତରୁ ବାହାରକୁ ବାହାରି ପାରି ନଥିଲେ। କାରଟି ସଂପୂର୍ଣ୍ଣ ଭାବେ ପାଣି ଭିତରେ ବୁଡ଼ି ରହିଥିଲା। ତେବେ ଖବର ପାଇ ଅଗ୍ନିଶମ ବାହିନୀ, ନେମାଳ ପୋଲିସ ଘଟଣାସ୍ଥଳରେ ପହଂଚି କାରର କାଚ ଭାଙ୍ଗି ଡ୍ରାଇଭରକୁ ଉଦ୍ଧାର କରିଥିଲା । କିନ୍ତୁ ସେତେବେଳକୁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକ ଡ୍ରାଇଭର ହେଲେ ନେମାଳ ଗାଁର ସୈାମ୍ୟରଞ୍ଜନ ସାହୁ ବୋଲି ଜଣାପଡିଛି ।
ତେବେ କେନାଲ ଭିତରକୁ କାର୍ କିପରି ଖସିଲା , ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ପୋଲିସ ତଦନ୍ତ କଲେ କେନାଲ ଭିତରକୁ କାର ଖସି ପଡିବା ପଛରେ ଖାଲି ଭାରସାମ୍ୟ ଅଛି ନା ଆଉ କିଛି କାରଣ ଅଛି ତାହା ସ୍ପଷ୍ଟ ହେବ ।



Visitors Today : 2
Total Visitors : 130305
Total Views : 9891808
Visitors Online Now : 0