ବଲାଙ୍ଗିର: ବଲାଙ୍ଗିର ସହର କଲେଜ ଛକ ଏଡିବି ବ୍ୟାଙ୍କ ସାମ୍ନାରେ ଲୁଟ୍ । ଟିକ୍ରାପଡାର ବ୍ୟବସାୟୀ ସଞ୍ଜୟ ଶତପଥି ନିଜେ ବ୍ୟାଗରେ ୫ ଲକ୍ଷ ଟଙ୍କା ଧରି ବ୍ୟାଙ୍କରୁ ବାହାରୁଥିବା ସମୟରେ ହଠାର ଦୁଇଜଣ ଯୁବକ ଏକ ପଲସର ବାଇକରେ ଆସି ବ୍ୟାଗ ଛଡାଇ ନେଇ ଫେରାର ମାରିଥିଲେ। ଜଣେ ଲୁଟେରା ମୁଣ୍ଡରେ ହେଲମେଟ ପିନ୍ଧିଥିବା ବେଲେ ଜଣେ ଖୋଲା ମୁହଁରେ ଥିଲା। ପଛ ପଟେ ବସିଥିବା ବ୍ୟକ୍ତି ହଠାତ ବ୍ୟାଗ ଛଡ଼ାଇ ନେଇଥିଲା।
ଅଭିଯୋଗ ପାଇଲା ପରେ ଟାଉନ ପୁଲିସର ଏକ ଟିମ ଲୁଟ୍ର ଶିକାର ବ୍ୟବସାୟୀଙ୍କ ସହ ବିଭିନ୍ନ ଜାଗାରେ ଚଢଉ କରିଥିଲେ, କିନ୍ତୁ ସେତେବେଳକୁ ଲୁଟେରା ଫେରାର ମାରିଥିଲେ। ଟାଉନ୍ ପୁଲିସ ବ୍ୟାଙ୍କରେ ଲାଗିଥିବା ସି.ସି.ଟିଭି ଫୁଟେଜ ଯାଞ୍ଚ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ଲୁଟେରା ମାନଙ୍କୁ ବ୍ୟାଙ୍କର କିଛି କର୍ମଚାରୀ ସୂଚନା ଦେଇଥିବା ସନ୍ଦେହ କରାଯାଉଛି।



Visitors Today : 1
Total Visitors : 130304
Total Views : 9891807
Visitors Online Now : 0