spot_img

ପ୍ରଥମ କରି ବିହାର ନିର୍ବାଚନରେ ଜଣେ କିନ୍ନର ତୁଲାଇବେ ପ୍ରିଜାଇଡିଂ ଅଫିସରର ଦାୟିତ୍ୱ

ପାଟନା: ଅକ୍ଟୋବର ୨୮ ରୁ ଆରମ୍ଭ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ଚଳିତ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ମହିଳା କିନ୍ନର ମୋନିକା ଦାସଙ୍କୁ ନିର୍ବାଚନରେ ପ୍ରିଜାଇଡିଂ ଅଫିସରର ଦାୟିତ୍ୱ ଦିଆଯାଇଛି । ଭାରତରେ ଏହା ପ୍ରଥମ ଥର ଘଟିବାକୁ ଯାଉଛି। ପାଟନା ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ କରି ସ୍ୱର୍ଣ୍ଣ ପଦକ ପାଇଥିବା ମୋନିକା ଦାସ ୨୦୧୫ରୁ ଏକ ଜାତୀୟକରଣ ବ୍ୟାଙ୍କରେ କାର୍ୟ୍ୟ କରିଆସୁଛନ୍ତି।
ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ ଏଚଆର ଶ୍ରୀନିବାସ କହିଛନ୍ତି ଯେ, ମୋନିକା ଦାସଙ୍କୁ ପାଟନାରେ ଥିବା ଅନ୍ୟ ମତଦାନ ଅଧିକାରୀଙ୍କ ସହ ନିର୍ବାଚନ ଦାୟିତ୍ବ ସହ ଜଡ଼ିତ ସମସ୍ତ ତାଲିମ ଦିଆଯିବ। ବିହାରରେ ନିର୍ବାଚନ ତାଲିକା ଅନୁଯାୟୀ, ପାଖାପାଖି ୨୩୪୪ଜଣ କିନ୍ନର ଆଗାମୀ ବିଧାନସଭା ନିର୍ବାଚନରେ ଭୋଟ୍ ଦେବାକୁ ଯୋଗ୍ୟ ଅଟନ୍ତି। ଦେଶର ପ୍ରଥମ କିନ୍ନର ପୋଲ ପ୍ରିଜାଇଡିଂ ଅଫିସର ଭାବରେ ମୋନିକା ଦାସଙ୍କ ନିଯୁକ୍ତିକୁ ନେଇ ଖୁସି ବ୍ୟକ୍ତ କରି ନୂଆଦିଲ୍ଲୀରେ ଥିବା ନ୍ୟାସନାଲ କାଉନସିଲ ଅଫ୍ ଟ୍ରାନ୍ସଜେଣ୍ଡର ପର୍ସନ୍ସ ସଦସ୍ୟ ରେଶମା ପ୍ରସାଦ କହିଛନ୍ତି ଯେ, ଏହା ସମଗ୍ର କିନ୍ନର ସମ୍ପ୍ରଦାୟ ପାଇଁ ଗର୍ବର ବିଷୟ। ବିହାରରେ ପ୍ରାୟ ୪୦୦୦୦ କିନ୍ନର ଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular