ଭୁବନେଶ୍ୱର: ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । ତିର୍ତ୍ତୋଲ ଉପନିର୍ବାଚନର କିଛିଦିନ ପୂର୍ବରୁ ଦଳ ଛାଡିଲେ କଂଗ୍ରେସ ନେତା । କଂଗ୍ରେସ ୧୦ରୁ ଉର୍ଦ୍ଧ୍ୱ ନେତା ନିଜ ଶତାଧିକ ସମର୍ଥକଙ୍କ ସହ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି କଂଗ୍ରେସ ବହୁ କର୍ମୀ । ବିଜୁ ଜନତା ଦଳରେ ଯୋଗ ଦେବାସହ ସେଠାକାର ନିର୍ବାଚନରେ ଦଳକୁ ବିପୁଳ ବିଜୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ପୂର୍ବତନ ପିସିସି ସେକ୍ରେଟାରୀ ତଥା ତୁଳଙ୍ଗ ଗ୍ରାମ ପଞ୍ଚାୟତ ଜିଲ୍ଲା ପରିଷଦ ମେମ୍ବର କୃଷ୍ଣଚନ୍ଦ୍ର ମଲ୍ଲିକ, ତିର୍ତ୍ତୋଲ ବ୍ଲକ ପୂର୍ବତନ ଚେୟାରମ୍ୟାନ ଏସ କେ ଅବଦୁଲ ଫୟଜ, ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଚେୟାରମ୍ୟାନ ସୁଜାତା ମହାନ୍ତି, କନକପୁର ସରପଞ୍ଚ ନମିତା ରାଉଳ, ତୁଳଙ୍ଗ ପଂଚାୟତ ପୂର୍ବତନ ସରପଞ୍ଚ ରଶ୍ମି ରଞ୍ଜନ ଦାଶ , ପିସିସି କନଭେନର ଦେବେନ୍ଦ୍ର କୁମାର ମଲ୍ଲିକ, କଂଗ୍ରେସ ନେତ୍ରୀ ନିବେଦିତା ମହାନ୍ତି, ତୁଳଙ୍ଗ ଜୋନ ସଭାପତି ଧୀରେନ୍ଦ୍ର କୁମାର ପାତ୍ର, ଇବ୍ରୀସିଂ ଗ୍ରାମ ପଞ୍ଚାୟତ ସଭାପତି ସନ୍ତୋଷ ଦାସ, ତିର୍ତ୍ତୋଲ ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ ଓ କଂଗ୍ରେସ ନେତା ଶେଖ ମହତାବ ଅଲ୍ଲିଙ୍କ ସହ ଅନେକ କଂଗ୍ରେସ କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।
ପୂର୍ବତନ ପିସିସି ସେକ୍ରେଟାରୀ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଅନ୍ୟ ନେତା ମାନେ ବିଜେଡିରେ ଯୋଗ ଦେବା ସହ ତିର୍ତ୍ତୋଲ ଉପନିର୍ବାଚନରେ ଦଳର ବିପୁଳ ବିଜୟ ହେବ ବୋଲି ପ୍ରକାଶ କରିଛନ୍ତି । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବିଜେଡିର ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଅତନୁ ସବ୍ୟସାଚୀ ନାୟକ , ଦେବାଶିଷ ସାମନ୍ତରାୟ , ପ୍ରଶାନ୍ତ ମୁଦୁଲି, ଜନ୍ମେଜୟ ଲେଙ୍କା ଓ ସାଂସଦ ରାଜଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି ।



Visitors Today : 2
Total Visitors : 130428
Total Views : 9891959
Visitors Online Now : 1